ନୂଆପଡା : ଦିନକୁ ଦିନ ମରୁଡି ଏଠିକାର ଚିର ସମସ୍ୟା ହେବାକୁ ବସିଥିବାବେଳେ ଏଠିକାର କ୍ଷୁଦ୍ର ଏବଂ ବଡ ଚାଷୀମାନେ ବିକଳ୍ପ ଚାଷ ଆପଣାଇବାରେ ଲାଗିଛନ୍ତି । ଢିପ ଜମିଗୁଡିକରେ ଅର୍ଥକାରୀ ଫସଲ ଭାବେ ମକା ଚାଷକୁ ଆଦରି ଆକର୍ଷଣୀୟ ଲାଭ ଉଙ୍ଖାଇପାରୁଛନ୍ତି । ନୂଆପଡ଼ା ଜିଲ୍ଲା ମାନିଗୁଡା ଗାଁର ମକା ଚାଷ ଏହି କ୍ଷେତ୍ରରେ ଏକ ଉଦାହରଣ ହୋଇଛି । ଗାଁରେ ମୋଟ ୧୮୦ହେକ୍ଟର ଜମିରେ ମକା ଚାଷ ହୋଇଥିବାବେଳେ ଏଥିରୁ ଅନ୍ୟୁନ ୫୦ଲକ୍ଷ ଟଙ୍କାର ମକା ଉତ୍ପାଦନ ହେବା ଅଟଳ କରାଯାଇଛି । ଏଠିକାର ଅଭାବି ବିକ୍ରି ଉପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସଂସ୍ଥା ତରଫରୁ ହସ୍ତକ୍ଷେପ କରାଯିବା ପରେ ଚାଷୀମାନେ ବେଶ ଲାଭବାନ ହୋଇପାରୁଥିବା ଦେଖାଯାଇଛି । ପ୍ରଥମ ଦଫାରେ ଗାଁର ୭ଜଣ ଗରିବ ଚାଷୀ ଗୋଟିଏ ଦିନରେ ୫ ଲକ୍ଷ ଟଙ୍କାର ମକା ବିକ୍ରି କରି ଇଚ୍ଛିହାସ ସୃଷ୍ଟି କରିଛନ୍ତି । ଜିଲ୍ଲାର ଚିରସ୍ରୋତା ସୁନ୍ଦର ଡ୍ୟାମ ନିକଟରେ ଥାଇ ମଧ୍ୟ ଢିପ ଜାଗାରେ ଥିବା ହେତୁ ମାନିଗୁଡା ଗ୍ରାମପଂଚାୟତ ବହୁ ଗାଁ ମରୁଡିରେ ଶିକାର ହୋଇଥାନ୍ତି । ହେଲେ ଚାଷୀମାନେ ହାର ମାନିନାହାନ୍ତି । ସେମାନେ ମକା ଚାଷକୁ ଅର୍ଥକାରୀ ଫସଲ ଭାବରେ ଆପଣାଇଛନ୍ତି । ଗାଁରେ ଶତାଧିକ ଚାଷୀ ଚାଷ କରିଛନ୍ତି । ଗତ ଦିନମାନଙ୍କରେ କମ ଦରରେ ବିକ୍ରି କରି ଅଭାବି ବିକ୍ରିର ଶିକାର ହେଉଥିଲେ । ଏହା ଉପରେ ବର୍ତମାନ ଓରମାସ ଦୃଷ୍ଟି ଦେଇ ହସ୍ତକ୍ଷେପ କରିଛି । ୧୦୧ଜଣ ଚାଷୀଙ୍କୁ ନେଇ ମା ବସ୍ତ୍ରାଣୀ ପ୍ରଡ୍ୟୁସର ଗ୍ରୁପ ଗଠନ କରିଛନ୍ତି । ସେମାନେ କିପରି ଏହାକୁ ଚଢା ଦରରେ ବିକ୍ରି କରି ଲାଭବାନ ହେବେ ସେଥିପ୍ରତି ଯୋଜନା କରୁଛି । ସାଧାରଣତଃ ବଜାରରେ ମଧ୍ୟସ୍ଥିମାନେ କୁଇଣ୍ଟାଲ ପ୍ରତି ୧୧/୧୨ଶହ ଟଙ୍କାରେ ଚାଷୀଙ୍କୁ ବିକ୍ରି କରିବାକୁ ବାଧୟ କରୁଥିଲେ । ହେଲେ ଓରମାସର ହସ୍ତକ୍ଷେପ ପରେ ବ୍ରହ୍ମପୁରରୁ ଏକ କମ୍ପାନୀ ଆସି କୁଇଣ୍ଟାଲ ପ୍ରତି ୧୪ ଶହ ଟଙ୍କା ଦେବା ପାଇଁ ରାଜି ହୋଇ କିଣିବା ଆରମ୍ଭ କରିଦେଇକ୍ତି । ରାତି ତମାମ ଏଠାରେ କମ୍ପାନୀବାଲା ଆସି ୭ଜଣ ଚାଷୀ କୃଷ୍ଣ ଚନ୍ଦ୍ର ବେମାଲ, ରୂପେଶ ପ୍ରଧାନ, ଗୋପାଳ ମାଝି, ହରି ମାଝି, ସୁକଲାଲ ମାଝି, ଲଲିତ ଛତ୍ରିଆ, ହୃଦୟ ମାଝିଙ୍କଠାରୁ ୩୭ ଟନ ୮୦୦ କିଗ୍ରା. ବିକ୍ରି କରିଛନ୍ତି । ଏହି ବାବଦକୁ ୫ ଲକ୍ଷ ୨୯ ହଜାର ୨୦୦ ଟଙ୍କା ପାଇଛନ୍ତି । ତେବେ ଗାଁରେ ମୋଟ ୧୮୦ ହେକ୍ଟର ଜମିରେ ଚାଷ କରାଯାଇଛି । ହେକ୍ଟର ପିଛା ୨୦ କୁଇଂଟାଲ ହିସାବରେ ମୋଟ ୩୬ ଶହ କୁଇଣ୍ଟାଲ ଉତ୍ପାଦନ ହେବାର ଆକଳନ କରାଯାଉଥିବା ଓରମାସର ସହକାରୀ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରଧାନ କହିଛନ୍ତି । ତେବେ ଜିଲ୍ଲା ଯାକର ଚାଷୀମାନେ ମଧ୍ୟସ୍ଥିମାନଙ୍କ ଶିକାର ନ ହୋଇ ଠିକ ଦରରେ ବିକ୍ରି କରି ଲାଭବାନ ହେବାକୁ ପ୍ରଧାନ ଆହ୍ୱାନ କରିଛନ୍ତି । ଜିଲ୍ଲା ପ୍ରଶାସନ ସବୁବେଳେ ଚାଷୀଙ୍କ ପଛରେ ରହିଥିବା କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here