nalco

ଭୁବନେଶ୍ୱର: ଭୁବନେଶ୍ୱର ଫୁଟ୍‌ଭଲି ଆସୋସିଏସନ୍‌ ଏବଂ ସିଟି କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ନୟାପଲ୍ଲୀ ସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ଖେଳ ପଡିଆରେ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ପ୍ରଥମ ଶ୍ରୀକୃଷ୍ଣ ବିଶ୍ୱାଳ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟଭଲି ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ୧୨ଟି ଦଳ ଓ ମହିଳାରେ ୬ଟି ଦଳ ଅଂଶଗ୍ରହଣ କରିବେ । ପୁରୁଷ ବର୍ଗରେ କଟକ, ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, କେନ୍ଦ୍ରାପଡା, ପୁରୀ, କନ୍ଧମାଳ, ଫୁଲବାଣୀ, ଅନୁଗୁଳ ଓ ଭଦ୍ରକ ଅଂଶଗ୍ରହଣ କରିବେ । ସେହିଭଳି ମହିଳା ବିଭାଗରେ ଢ଼େଙ୍କାନାଳ, ଭଦ୍ରକ, କଟକ, କଟକ ସଦର, ଯାଜପୁର, ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ଦଳ ଅଂଶଗ୍ରହଣ କରିବେ ।
ପ୍ରତିଯୋଗିତାର ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । କେରଳରେ ଅନୁଷ୍ଠିତ ଷଷ୍ଠ ଜାତୀୟ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାମ୍ପିଅନ୍‌ ହୋଇଥିଲା । ଫେବୃଆରୀରେ ସର୍ବଭାରତୀୟସ୍ତରୀୟ ଫୁଟଭଲିି ପ୍ରତିଯୋଗିତା ହେବ ବୋଲି ବୁଧବାର ନୟାପଲ୍ଲୀର ମମତାଜ ଅଲ୍ଲୀ ହାଇସ୍କୁଲ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଫୁଟଭଲି ଆସୋସିଏସନ୍‌ ପ୍ରତିଷ୍ଠାତା ସହଦେବ ରାଉତ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟ କମିଟି ଚେୟାରମ୍ୟାନ୍‌ ଏସ୍‌ଆର୍‌ ପରିଜା, ପ୍ରସନ୍ନ କୁମାର ରାଉତ, ନନ୍ଦକିଶୋର ପଟ୍ଟନାୟକ, ଜଲିଲ୍‌ ଖାନ୍‌, ପଥବୀର ଭୂୟæô, ସୌମେନ୍ଦ୍ର କୁମାର ଜେନା, ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରୁ ଯୋଗ୍ୟବିବେଚିତ କ୍ରୀଡାବିତ୍‌ମାନଙ୍କୁ ଆଗାମୀ ଜାନୁୟାରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁଥିବା ସପ୍ତମ ଜାତୀୟ ଫୁଟଭଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ ।
ବ୍ରାଜିଲର ଲୋକପ୍ରିୟ ଫୁଟଭଲି କ୍ରୀଡାକୁ ରାଜ୍ୟରେ ଆଦ୍ରୁତ କରିବା ପାଇଁ ଭୁବନେଶ୍ୱର ଫୁଟଭଲି ସଂଘ ଏକାଧିକ ପ୍ରତିଯୋଗିତା ଆୟୋଜନ କରୁଛି । ବିଚ୍‌ ଭଲି ବଲ ଓ ଫୁଟବଲର ମିଶ୍ରିତ ଫୁଟଭଲି ସାଧାରଣତଃ ବ୍ରାଜିଲ ଓ ପର୍ତ୍ତୁଗାଲରେ ଖେଳାଯାଇଥାଏ । ବିଶ୍ୱ ଫୁଟବଲର ଅନ୍ୟତମ ଶକ୍ତିଶାଳୀ ଦଳ ବ୍ରାଜିଲର ଦକ୍ଷତା ପଛରେ ଫୁଟଭଲି ରହିଛି । ଏହି କ୍ରୀଡା ଦ୍ୱାରା ପ୍ରତିଯୋଗୀ ନିଜ ଦକ୍ଷତା ବିକାଶ ସାଙ୍ଗକୁ ବଲ ଉପରେ ନିୟନ୍ତ୍ରଣ ଓ ନିଜ ସାମର୍ଥ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦ୍ୱାରା ଫୁଟଭଲିର ସୁଫଳ ଫୁଟବଲ ଖେଳାଳି ନେଇପାରୁଛନ୍ତି ବୋଲି ପ୍ରସନ୍ନ କୁମାର ରାଉତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here