ଭୁବନେଶ୍ୱର,୦୭ ଜାନୁଆରୀ – ଆସନ୍ତା ୨୫ ତାରିଖରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡିଶା ଗସ୍ତରେ ଆସିବେ । ଉପକୂଳ ଓଡିଶାର ଗୋଟିଏ ଜିଲ୍ଲାରେ ସାଧାରଣ ସଭାର ଆୟୋଜନ କରାଯିବ ଏବଂ ରାହୁଲ ସେଥିରେ ଉଦବୋଧନ ଦେବେ । ସେହିପରି ଭୁବନେଶ୍ୱର ଠାରେ ଦଳୀୟ କର୍ମୀଙ୍କ ବୈଠକରେ ମଧ୍ୟ ରାହୁଲ ଯୋଗ ଦେବେ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେଡି ଓ ବିଜେପିର କର୍ମୀ ଓ ନେତା ମାନେ ପ୍ରତିଦିନ କଂଗ୍ରେସରେ ମିଶୁଛନ୍ତି । ନବୀନ ବାବୁ ଓଡିଶାରେ ୧୯ ବର୍ଷ ଶାସନରେ ଅଛନ୍ତି । ବିକାଶ ନାମରେ ବିନାଶ କରି ଚାଲିଛନ୍ତି । ସେହିପରି ମୋଦି ସରକାର ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରିତ କରି ଚାଲିଛନ୍ତି । କଂଗ୍ରେସର ଶକ୍ତି ବଢୁଛି ଏବଂ ଲୋକେ କଂଗ୍ରେସ ମୁହାଁ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here