ଭୁବନେଶ୍ୱର, ୦୩ ଜାନୁଆରୀ – ଆସନ୍ତା ୨୧ ତାରିଖ ସୁଦ୍ଧା ଭୋଟର ତାଲିକା ଚୂଡାନ୍ତ କରା ଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭାରେ ଭିଭିପ୍ୟାଡର ବ୍ୟବହାର କରା ଯିବ । ଏହାର ସ୍ୱଚ୍ଛତା ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦେଶ କ୍ରମେ ଏହାର ବ୍ୟବହାର ସମ୍ପର୍କରେ ସାଧାରଣ ଭୋଟରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିବ ବୋଲି ସେ କହିଛନ୍ତି ।
ଆୟୋଗଙ୍କର ନିର୍ଦେଶକ୍ରମେ ଓଡିଶାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହା ଗତ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା । ଭୋଟ ତାଲିକାରେ ନାମ ଯୋଡିବା ଓ ବାଦ ଦେବା ତଥା ସଂଶୋଧନ କରିବା ପାଇଁ ୩୧ ଅକ୍ଟୋବର ଯାଏ ଦରଖାସ୍ତ ଆହ୍ୱାନର ଶେଷ ତାରିଖ ଥିଲା । ରାଜ୍ୟର ଅନୁରୋଧ କ୍ରମେ ଭୋଟର ମାନଙ୍କର ସୁବିଧା ନିମନ୍ତେ ଏହାର ଅବଧିକୁ ନଭେମ୍ବର ୧୫ ଯାଏ ବୃଦ୍ଧି କରାଗଲା । ଏହି ସମୟ ମଧ୍ୟରେ ଭୋଟର ମାନଙ୍କ ଠାରୁ ୧୨୦୮୩୯୬ ଗୋଟି ଫର୍ମ ୬ , ୬,୪୭,୪୮୬ ଗୋଟି ଫର୍ମ ୭ , ୪,୬୮,୪୨୦ ଗୋଟି ଫର୍ମ ୮ ଏବ୯ ୫୨,୨୯୩ ଗୋଟି ଫର୍ମ ୮ (ଏ) ଦରଖାସ୍ତ ଗ୍ରହଣ କରାଯାଇଛି । ଭିନ୍ନକ୍ଷମ ଭୋଟରମାନଙ୍କ ନାମ ଯୋଗ ନିମନ୍ତେ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରାଯାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here