ଭୁବନେଶ୍ୱର: ସ୍ପେନର ଅଭିଜ୍ଞ ମିଡଫିଲïର ମାର୍ସ ସେଲ୍ସଙ୍କ ପାଇଁ କଳିଙ୍ଗ ହକି ବିଶ୍ୱକପ ସ୍ମରଣୀୟ ପାଲିଟିଛି । ବିଶ୍ୱକପର ୬ଷ୍ଠ ଦିନ ପୁଲ ଏ’ ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ସ୍ପେନ୍‌ ଓ ଫ୍ରାନ୍ସ ମରେ ୧-୧ଗୋଲରେ ଡ୍ର ରହିଥିଲା । ଏହି ମ୍ୟାଚ୍‌ ଖେଳି ମାର୍ସ ଅନ୍ତର୍ଜାତୀୟ କ୍ୟାରିୟରର ୨୦୦ତମ ମ୍ୟାଚ୍‌ ପୁରଣ କରିଛନ୍ତି । ୩୧ ବର୍ଷୀୟ ମାର୍ସ ୨୯ ତାରିଖ ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ନିକଟରୁ ୪-୩ ଗୋଲରେ ହାରିଥିଲା । ଏହି ମ୍ୟାଚରେ ମାର୍ସ ୧୯୯ତମ ଅନ୍ତର୍ଜାତୀୟ ମ୍ୟାଚରେ ପହଞ୍ଚି ଯାଇଥିଲେ । ସେ ୨୦୧୨ରେ ଜାତୀୟ ଦଳ ପକ୍ଷରୁ ଅଲିମ୍ପିକ୍ସ ଖେଳିବାର ଗୌରବ ଅର୍ଜନ କରିଥିଲେ । ଟେରାସା କାଟାଲୋନିଆର ଡାନିଏଲ୍‌ ମାର୍ଟିନଙ୍କ ଠାରୁ ମାର୍ସ ପ୍ରଶିକ୍ଷଣ ନେଇଛନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ପୁଲ ଏ ପର୍ଯ୍ୟାୟରେ ସେ ୬ଟି ମ୍ୟାଚ ଖେଳିଥିଲେ । ହେଲେ ଗୋଲ କରିବାକୁ ସମର୍ଥ ହୋଇପାରି ନଥିଲେ । କଳିଙ୍ଗ ହକି ବିଶ୍ୱକପ ତାଙ୍କ ପାଇଁ ୨୦୦ ମ୍ୟାଚ ସହ ନିଆରା ଅନୁଭୂତି ଆଣି ଦେଇଛି ।

Loading...

LEAVE A REPLY

Please enter your comment!
Please enter your name here