nalco

ଭୁବନେଶ୍ୱର, ୧୧ ଜାନୁଆରୀ – ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରିବା ଦାବି କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତିି । ରାଜ୍ୟ ସରକାର ଏଥିପାଇଁ ପୂର୍ଣ୍ଣ ସହଯାଗ କରିବା ସହ ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉକ୍ତ ପତ୍ରରେ ଉଲ୍ଳେଖ କରିଛନ୍ତି ଯେ ଦୀର୍ଘ ବର୍ଷ ହେବ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ମୂଳ ବାସିନ୍ଦାମାନେ ପ୍ରବଳ ଦାବି କରୁଛନ୍ତି । ଦୀର୍ଘ ବର୍ଷ ହେବ ଏହି ଦାବିନେଇ ଅ ।ଇନଜୀବୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ସହ ଅନେକ ସଂଗଠନ ଏବଂ ପଶ୍ଚିମଓଡ଼ିଶାବାସୀ ଓ ରାଜନୈତିକ ଦଳମାନେ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି । ଏ ନେଇ ପୂର୍ବରୁ ମଧ୍ୟ କେନ୍ଦ୍ର ଅ ।ଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ଏ ଦିଗରେ ବି·ର ବିମର୍ଷ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ଚିଠି ଜରିଅ ।ରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here