ଭୁବନେଶ୍ୱର,୦୮ ଜାନୁଆରୀ – ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ଓ ହରତାଳର ପ୍ରଥମ ଦିବସ ସଫଳ ହୋଇଛି ବୋଲି ସି.ପି.ଆଇ.(ଏମ୍) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି କହିଛନ୍ତି ଯେ ପ୍ରଥମ ଦିନରେ ରାଜ୍ୟର ପ୍ରାୟ ସମସ୍ତ ଶିଳ୍ପ, ପ୍ରତିଷ୍ଠାନ, ପରିବହନ, ବ୍ୟାଙ୍କ, ବୀମା, ତୈଳ ନିଗମ, ନାଲ୍କୋ, ଖାଦ୍ୟ ନିଗମ, ବି.ଏସ୍.ଏନ୍.ଏଲ୍. ଆଦି ସକଳ ସଂସ୍ଥା ବନ୍ଦ ରହିଥିଲା । ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଅଂଚଳର ଦୋକାନ ବଜାର ବନ୍ଦ ରହିଥିଲା । ହାଇକୋର୍ଟ ସମେତ ସମସ୍ତ ଅଦାଲତ ମଧ୍ୟ ବନ୍ଦ ରହିଥିଲା । ଜିଲ୍ଲା ସ୍ତରରେ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଫିସ୍ମାନ ମଧ୍ୟ ବନ୍ଦ ରହିଥିଲା । ବୁଧବାର ଧର୍ମଘଟର ଦ୍ୱିତୀୟ ଦିନକୁ ମଧ୍ୟ ସଫଳ କରିବାକୁ ଦଳ ପକ୍ଷରୁ ସେ ନିବେଦନ କରିଛନ୍ତି ।
ଦେଶର ଶ୍ରମଜୀବୀ, କୃଷକ, ଖୁଚୁରା ବ୍ୟବସାୟୀ, ଅସ୍ଥାୟୀ ଓ ଠିକା ଶ୍ରମିକମାନଙ୍କ ଜୀବନ ଦୁର୍ବି ସହ ହୋଇଛି ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ । ନରେନ୍ଦ୍ର ମୋଦିଙ୍କ ନୀତି ଯୋର୍ଗୁ ବର୍ଷକୁ ପ୍ରାୟ ୧୨ ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି । ୨୦୧୮ ମସିହାରେ କେବଳ ଏକ କୋଟି ୯ ଲକ୍ଷ ଶ୍ରମିକଙ୍କୁ କାମରୁ ବାହାର କରି ଦିଆଯାଇଛି । ଚଳିତ ଆର୍ôଥକ ବର୍ଷ ଶେଷ ହେବା ପୂର୍ବରୁ ୭୭ ହଜାର କୋଟି ଟଙ୍କାର ସରକାରୀ ସମ୍ପତି ବିକ୍ରି କରାହେଉଛି । ବିଦେଶୀ ପୁଞ୍ଜିପତିମାନେ ଘରୋଇ ବଜାରରୁ ୮୮ ହଜାର କୋଟି ଟଙ୍କା ପ୍ରତ୍ୟାହାର ହେବା ଯୋଗୁଁ ନିଯୁକ୍ତି କ୍ଷେତ୍ରରେ ପ୍ରଭାବ ପଡିବ । ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ସମସ୍ତ ସ୍ୱତନ୍ତ୍ର ତଥା ସାମ୍ବିଧାନିକ ପ୍ରତିଷ୍ଠାନ ଗୁଡିକୁୁ ନ୍ୟୁନ କରି ଦିଆଗଲା । ସି.ବି.ଆଇ., ରିଜର୍ଭ ବ୍ୟାଙ୍କ ଭଳି ପ୍ରତିଷ୍ଠାନର ସ୍ୱତନ୍ତ୍ର ଅଧିକାର ଲୋପ ହୋଇଗଲା ।
ଏହି ପଟ୍ଟଭୂମୀରେ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଗାଦିଚ୍ୟୁତ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ଯଦି ଅବିଳମ୍ବେ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକି ବିରୋଧୀ ନୀତି ପ୍ରତ୍ୟାହାର ନକରନ୍ତି, ତେବେ ମୋଦି ସରକାରଙ୍କୁ ଆଗାମୀ ନିର୍ବାଚନରେ କ୍ଷମତାରୁ ହଟାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here