ଭୁବନେଶ୍ୱର : ଓଡ଼ିଶାରେ ହକି ବିଶ୍ୱକପ୍‌କୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଉଦ୍‌ଘାଟନୀ ଉସିବର ଆୟୋଜନ କରାଯାଇଛି । ୨୭ରେ କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍ସ ଗ୍ରାଉଣ୍ଡ ଏବଂ ୨୮ ତାରିଖ କଟକ ବାରବାଟୀରେ ଏଆର୍‌ ରେହମାନ ଓ ଶାହରୁଖ ଖାନ୍‌’ଙ୍କ ଜଲୱା ଟ୍ୱିନ୍‌ ସିଟିରେ ହକି ମାହୋଲକୁ ସରଗରମ କରିବ । ଓସ୍କାର ଆୱାର୍ଡ ବିଜେତା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନ ଏବଂ ଶାହରୁଖ ଖାନ୍‌’ଙ୍କ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେବା ପାଇଁ ଦେ୍ୱðତନଗରୀ ବାସୀ ଅନାଇ ବସିଛନ୍ତି । ହେଲେ ଟିକେଟ୍‌ ପାଇଁ ଦର୍ଶକଙ୍କୁ ପୁଣିଥରେ ହଟହଟା ହେବାକୁପଡିଛି ।
ପୂର୍ବ ଘୋଷଣା ମୁତାବକ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଟିକେଟ୍‌ ଜେନି େୱବସାଇଟ୍‌ରେ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା । ଏଭଳି ଖବର ହକିପ୍ରେମୀଙ୍କ ମନରେ ଉସିାହ ଭରି ଦେଇଥିଲା । ଏପରିକି ୧୨ଟା ବାଜିବାର ବହୁ ପୂର୍ବରୁ ଟିକେଟ୍‌ ବୁକ୍‌ କରିବା ପାଇଁ ଦର୍ଶକ ଡେବିଡ ଓ କ୍ରେଡିଡ କାର୍ଡ ପ୍ରସ୍ତୁତ ରଖିଥିଲେ । ନିର୍ଦ୍ଧାରିତ ସମୟର କିଛି କ୍ଷଣ ପୂର୍ବରୁ ଟିକେଟ୍‌ ଜେନି ଡଟ୍‌ ଇନ୍‌ େୱବସାଇଟ୍‌ ଖୋଲିଥିଲା । ହୋମ୍‌ ସ୍କ୍ରିନ୍‌ରେ ଓଡ଼ିଶା ହକି ବିଶ୍ୱକପ୍‌ ସମ୍ପର୍କରେ ଲେଖାଥିଲା । ଅପ୍‌ସନ୍‌ରେ କଟକ ଓ ଭୁବନେଶ୍ୱର ଦୁଇଟି ବକ୍ସ ରହିଥିଲା । ହେଲେ କ୍ଲିକ୍‌ କଲା ବେଳକୁ ଏହି ସାଇଟ୍‌ ଖୋଲିନଥିଲା । ଅଳ୍ପ କିଛି ଭାଗ୍ୟଶାଳୀ ଦର୍ଶକ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକେଟ୍‌ ଖଣ୍ଡିଏ ପାଇବା ପାଇଁ ଅନ୍‌ଲାଇନ୍‌ ବୁକିଂରେ ସଫଳ ହୋଇଥିଲେ । ପାଖା ପାଖି ଅଧଘଣ୍ଟାଏ ଅର୍ଥାତ୍‌ ଅପରାହ@ ୧୨.୩୦ ବେଳକୁ ଭୁବନେଶ୍ୱର ଭେନୁ୍ୟରେ ଉଦ୍‌ଘାଟନୀ ଟିକେଟ୍‌ ଶେଷ ହୋଇଥିବା (ସୋଲï ଆଉଟ୍‌) ଟିକେଟ୍‌ ଜେନୀ େୱବସାଇଟ୍‌ ପକ୍ଷରୁ ଲେଖାଯାଇଥିଲା । ଦୀର୍ଘ ଦିନରୁ ଟିକେଟ୍‌ ଖଣ୍ଡିଏ ପାଇବା ପାଇଁ ଉଚ୍ଛୁକ ଥିବା ହକିପ୍ରେମୀଙ୍କୁ ପୁଣିଥରେ ନିରାଶ ହେବାକୁପଡିଛି । ତେବେ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ ଅଧିକ ସଂଖ୍ୟକ ଲୋକ େୱବସାଇଡ୍‌ ଖୋଲିବାରୁ ସରଭର ଡାଉନ୍‌ ହୋଇଯାଇଛି । କିଛି ସମୟ ପରେ ଏହାର ସମାଧାନ ହୋଇଯିବ ବୋଲି ଟ୍ୱିଟରରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା । ଉଦ୍‌ଘାଟନୀ ଉସିବରେ କଳିଙ୍ଗ ଷ୍ଟାଡିୟମ୍‌ର ଟିକେଟ୍‌ ମୂଲ୍ୟ ଏବଂ ବାରବାଟୀ ଷ୍ଟାଡିୟମ୍‌ ପାଇଁ ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।
ଗତ ୧୫ ତାରିଖ ଦିନ ଭୁଲ ସୂଚନା ଯୋଗୁଁ କଳିଙ୍ଗ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରୁ ଦର୍ଶକ ଲଙ୍କାକାଣ୍ଡ ଭିଆଇ ଥିଲେ । ଏହାପରେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଉଦ୍‌ଘାଟନୀ ଉସିବ ଟିକେଟ୍‌ କେବଳ ଅନ୍‌ଲାଇନ୍‌ ବିକ୍ରି କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ଏଭଳି ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବିଶ୍ୱକପ୍‌ ଭଳି ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ଘରୋଇ କମ୍ପାନୀ ଟିକେଟ୍‌ ବିକ୍ରି ଦାୟିତ୍ୱ ନେଇଥିବାରୁ ସରଭର ଜାମ ଜନୀତ ସମସ୍ୟା ହେବା କଥା ନୁହେଁ ବୋଲି ଅନେକ ଦର୍ଶକ ମତ ଦେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here