ଭୁବନେଶ୍ୱର: ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର ପୁଲ ଡି’ରେ ଶନିବାର ନେଦରଲାଣ୍ଡସ୍‌ ମନଇଚ୍ଛା ଗୋଲ୍‌ କରି ମାଲେସିଆକୁ ୭-୦ ବ୍ୟବଧାନରେ ପରାସ୍ତ କରିଛି । ଜେରୋଏନ୍‌ ହେର୍ଟବର୍ଗର ଚଳିତ ସଂସ୍କରଣର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ବେଳେ ମାଲେସିଆ ଆରମ୍ଭରୁ ଆତ୍ମସମର୍ପଣ କରିଛି । ଚମକିାର ପ୍ରଦର୍ଶନ ପାଇଁ ଜେରୋଏନ୍‌ଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଛି ।
କ୍ୱାର୍ଟର-୧: ବିଶ୍ୱ ମାନ୍ୟତାର ନଂ.୪ ଦଳ ହଲାଣ୍ଡ ବା ନେଦରଲାଣ୍ଡସ୍‌ ଓ ନଂ.୧୨ ଦଳ ମାଲେସିଆ ପରସ୍ପରକୁ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭେଟିଥିଲେ । ଦର୍ଶକ ଏକ ଜମାଣିଆ ଓ ଟକରାଟକରି ମ୍ୟାଚ ଦେଖିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସମୟ ଅତିବାହିତ ହେବା ସହ ମାଲେସିଆ ଖେଳାଳିଙ୍କ ଧିମାପଣର ସୁଯୋଗ ନେଇ ମନଇଚ୍ଛା ଗୋଲ୍‌ କରିଥିଲେ ନେଦରଲାଣ୍ଡ ଖେଳାଳି । ପ୍ରଥମ କ୍ୱାର୍ଟର ୧୫ ମିନିଟ୍‌ ଖେଳରେ ନେଦରଲାଣ୍ଡସ୍‌ର ହ୍ୟାଟ୍ରିକ୍‌ ବଏ ଜେରୋଏନ୍‌ ହେର୍ଟବର୍ଗର ଦ୍ୱାଦଶ ମିନିଟ୍‌ରେ ଗୋଲ କରି ମାଲେସିଆ ଶିବିରରେ ଭୟ ସୃଷ୍ଟି କରିଥିଲେ ।
କ୍ୱାର୍ଟର-୨: ଦ୍ୱିତୀୟ କ୍ୱାର୍ଟରରେ ପୁଣି ଆଧିପତ୍ୟ ବିସ୍ତାର କରିଥିଲା ନେଦରଲାଣ୍ଡସ୍‌ । ୧୫ ମିନିଟ୍‌ର ଅବଧିରେ ଦୁଇଟି ଗୋଲ୍‌ ହୋଇଥିଲା । ତାରକା ଜେରୋଏନ୍‌ ୨୯ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ କରିଥିବା ବେଳେ ୨୧ତମ ମିନିଟ୍‌ରେ ମିର୍କୋ ପ୍ରୁଇଜସର ଗୋଲ୍‌ କରିଥିଲେ । ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ନେଦରଲାଣ୍ଡସ୍‌ ୩-୦ରେ ଅଗ୍ରଣୀ ହାସଲ କରିଥିଲା ।
କ୍ୱାର୍ଟର-୩: ପ୍ରଥମାର୍ଦ୍ଧର ବିଶ୍ରାମ ପରେ ନେଦରଲାଣ୍ଡସ୍‌ ଖେଳାଳି ଆହୁରି ଆକ୍ରାମକ ହୋଇଥିଲେ । ତୃତୀୟ କ୍ୱାର୍ଟରରେ ଦୁଇଟି ଗୋଲ୍‌ ହୋଇଥିଲା । ୩୫ ମିନିଟ୍‌ରେ ଭାନ ଡର ୱିର୍ଡେନ ମିଙ୍କ୍‌ ଗୋଲ୍‌ କରିଥିଲେ । କ୍ୟାରିୟରର ୨୦୦ତମ ମ୍ୟାଚ୍‌ ଖେଳୁଥିବା ରୋର୍ବେଟ୍‌ କେମ୍ପରମ୍ୟାନ୍‌ ୪୨ ମିନିଟ୍‌ରେ ଗୋଲ କରିବାରୁ ଦଳ ୪-୦ରେ ଆଗେଇଥିଲା ।
କ୍ୱାର୍ଟର-୪: ଚତୁର୍ଥ କ୍ୱାର୍ଟରର ଶେଷ ମିନିଟ୍‌ରେ ଗୋଲ୍‌ ସ୍କୋର କରି ଜେରୋଏନ୍‌ ହ୍ୟାଟ୍ରିକ୍‌ ପୂରଣ କରିଥିଲେ । ମାଲେସିଆ ଖେଳାଳିଙ୍କ ହସେିାହିତ ମନୋଭାବର ଫାଇଦା ନେଇ ଜେରୋଏନ୍‌ ଏହି ଗୋଲ୍‌ କରିବାକୁ ସମର୍ଥ ହୋଇଥିଲେ । ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନେଦରଲାଣ୍ଡସ୍‌ ୭-୦ ଗୋଲ୍‌ରେ ବୃହତ୍‌ ବିଜୟଲାଭ କରି ୩ ପଏଣ୍ଟ ସହ ପୁଲ୍‌ର ଶୀର୍ଷରେ ରହିଛି ।

Loading...

LEAVE A REPLY

Please enter your comment!
Please enter your name here