ଭୁବନେଶ୍ୱର: ହକି ବିଶ୍ୱକପ୍‌କୁ ନେଇ ଭୁବନେଶ୍ୱର ମାହୋଲ ସରଗରମ ହେବାରେ ଲାଗିଛି । ଗୁରୁବାର ତୃତୀୟ ଦଳ ଭାବେ ଫ୍ରାନ୍ସ ଓଡ଼ିଶା ମାଟିରେ ପାଦ ଦେଇଛି । ଦିନକ ଆଗରୁ ଆର୍ଜେଣ୍ଟିନା ଓ ଦ.ଆଫ୍ରିକା ଆଗ ପଛ ହୋଇ ଭୁବନେଶ୍ୱର ପହଞ୍ଚି ଥିଲେ । ଗୁରୁବାର ତୃତୀୟ ଦଳ ଭାବେ ବିଶ୍ୱ ର୍ୟାଙ୍କିଙ୍ଗ୍‌ର ୨୦ତମ ସ୍ଥାନରେ ଥିବା ଫ୍ରାନ୍ସ ଦଳ ଅପରାହ@ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା । ଏହାପରେ ଦଳର ସମସ୍ତ ଖେଳାଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ହୋଟେଲକୁ ଅଣାଯାଇଥିଲା ।
ପୁଲ୍‌ ଏ’ରେ ଅଲିମ୍ପିକ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ସ୍ପେନ୍‌, ନୁ୍ୟଜିଲାଣ୍ଡ ସ୍ଥାନ ପାଇଛନ୍ତି । ଏଦୃଷ୍ଟିରୁ ପୁଲ୍‌ ଏ’ରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିବ । ଆମେ ଓଡ଼ିଶା ହକି ବିଶ୍ୱକପ୍‌ରେ ସବୁଠୁ ଲୋ ର୍ୟାଙ୍କିଙ୍ଗ୍‌ର ଦଳ ଶ୍ରେଷ୍ଠ ୧୦ ପର୍ଯ୍ୟନ୍ତ ଯିବାକୁ ଆମେ ଲକ୍ଷ୍ୟ ରଖିଛୁ । ଶକ୍ତିଶାଳୀ ଗ୍ରୁପ୍‌ରେ ସ୍ଥାନ ପାଇଥିବାରୁ ପ୍ରତ୍ୟେକ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେଖାଇବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି କୋଚ୍‌ ହୁଗୋ ଜେନେଷ୍ଟ କହିଛନ୍ତି । ୨୯ ତାରିଖରେ ନୁ୍ୟଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳି ଫ୍ରାନ୍ସ ଅଭିଯାନ ଆରମ୍ଭ କରିବ । ନୂଆଦିଲ୍ଲୀରେ ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଦଳର ଏକାଧିକ ଖେଳାଳି ଚଳିତ ବିଶ୍ୱକପ୍‌ରେ ସ୍ଥାନ ପାଇଛନ୍ତି । ଏଦୃଷ୍ଟିରୁ ଆମେ ଲିଗ୍‌ ପର୍ଯ୍ୟାୟ ପ୍ରତିଟି ମ୍ୟାଚ୍‌ ଉପରେ ଫୋକସ୍‌ କରିବୁ ବୋଲି କୋଚ ହୁଗୋ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here