ଭୁବନେଶ୍ୱର: ଅଲିମ୍ପିକ୍‌ ଚାମ୍ପିଅନ୍‌ ତଥା ବିଶ୍ୱର ନଂ.୨ ଦଳ ଆର୍ଜେଣ୍ଟିନା ଚଳିତ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଦଳ ଭାବେ ଭୁବନେଶ୍ୱରରେ ପହଁଞ୍ଚିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିଲା-୨ରେ ଆର୍ଜେଣ୍ଟିନା ଖେଳାଳି ଅବତରଣ କରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କଡା ସୁରକ୍ଷା ମଧ୍ୟରେ ଆର୍ଜେଣ୍ଟିନା ଖେଳାଳି ଓ ଅଫିସିଆଲଙ୍କୁ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଅଣାଯାଇଥିଲା ।
ଭୁବନେଶ୍ୱରରେ ଆର୍ଜେଣ୍ଟିନାର ସ୍ମୃତି ନିଆରା । ଅନୁଷ୍ଠିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍ସରେ ଆର୍ଜେଣ୍ଟିନା ରୌପ୍ୟ ପଦକ ଜିତିଥିଲା । ଦଳର ପ୍ରମୁଖ ଖେଳାଳି ଡ୍ରାଗ୍‌ଫ୍ଲିକର ଗୋଞ୍ଜାଲୋ ପିଲାଟ୍‌ ଭୁବନେଶ୍ୱରକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଭୁବନେଶ୍ୱରର ହକିପ୍ରେମୀଙ୍କ ସମର୍ଥନ ସର୍ବଦା ତାଙ୍କୁ ଉସିାହିତ କରିଥାଏ ବୋଲି ଗୋଞ୍ଜାଲୋ କହିଛନ୍ତି ।
ବିଶ୍ୱକପ୍‌ ପୁଲ୍‌ ଏ’ରେ ଆର୍ଜେଣ୍ଟିନା ସମେତ ସ୍ପେନ୍‌, ନୁ୍ୟଜିଲାଣ୍ଡ ଏବଂ ଫ୍ରାନ୍ସ ସ୍ଥାନ ପାଇଛନ୍ତି । ୨୯ ତାରିଖରେ ଆର୍ଜେଣ୍ଟିନା ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଦଳ ସହ ନୂଆ କୋଚ ମାରିଆନୋ ଓରୋଜକୋ ଭୁବନେଶ୍ୱର ଆସିଛନ୍ତି । ନିକଟରେ ପୂର୍ବତନ ମୁଖ୍ୟକୋଚ୍‌ କାର୍ଲୋସ୍‌ ରେଟେଗୋଇ ପଦ ଛାଡିବାରୁ ମାରିଆନୋ’ଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ମାରିଆନୋ’ଙ୍କ ତତ୍ତ୍ୱାବଧାନରେ ଆର୍ଜେଣ୍ଟିନା ପ୍ରଥମଥର ବିଶ୍ୱକପ୍‌ ରଣାଗନାକୁ ଓହ୍ଲାଇବ ।
୨୦୧୪ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ତୃତୀୟ ସ୍ଥାନ ଅଧିକାର କରିଥିଲା । ଗତ ସଂସ୍କରଣରେ ଅଷ୍ଟ୍ରେଲିଆ ବିଜେତା ଓ ନେଦରଲାଣ୍ଡର୍ସ ଉପବିଜେତା ହୋଇଥିଲା । ଗତ ୨୦୧୬ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ସ୍ୱର୍ଣ୍ଣ ପଦକ ଜିତିଥିଲା । କେବଳ ବିଶ୍ୱର ନଂ.୨ ଦଳ ହେଲେ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିବ, ତାହା ଆକଳନ କରିବା ଭୁଲ । କାରଣ ବିଶ୍ୱକପ୍‌ର ଅନ୍ୟ ଦଳ ଗୁଡିକ ଯେକୌଣସି ସ୍ଥିତିରେ ବିପର୍ଯ୍ୟୟ ଘଟାଇବକୁ ସକ୍ଷମ ଅଟନ୍ତି । ତେଣୁ ଆମ ଫୋକସ୍‌ ପ୍ରତି ମ୍ୟାଚ୍‌ ଉପରେ ରହିବ ବୋଲି ଗୋଞ୍ଜାଲୋ କହିଛନ୍ତି । ସେହିଭଳି ରାତି ୯ଟାରେ ଦ.ଆଫ୍ରିକା ଦଳ ଭୁବନେଶ୍ୱର ପହଞ୍ଚିଛି ।
ରାଜଧାନୀର ୧୨ଟି ସ୍ଥାନରେ ଲାଗିବ ଏଲ୍‌ଇଡି ସ୍କ୍ରିନ୍‌
ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉସିବ ପାଇଁ ରାଜ୍ୟ କ୍ରୀଡା ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଯେଉଁମାନେ ଷ୍ଟାଡିୟମ୍‌ରେ ସମାରୋହ ଦେଖିବାର ସୁଯୋଗ ପାଇବେ ନାହିଁ । ସେମାନଙ୍କ ପାଇଁ ରାଜଧାନୀର ଭିନ୍ନ ଭିନ୍ନ ୧୨ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯିବ । ବିଶେଷକରି ମହଲ, ଖୋଲାପଡିଆରେ ଏଭଳି ବ୍ୟବସ୍ଥା ହେବ । ଉଦ୍‌ଘାଟନୀ ସମାରୋହ ଦେଖିବାକୁ ଟିକେଟ୍‌ ନପାଇ ନିରାଶ ହୋଇଥିବା ଦର୍ଶକ କାର୍ଯ୍ୟକ୍ରମର ମଜା ଏହି ଏଲ୍‌ଇଡି ସ୍କ୍ରିନ୍‌ ଜରିଆରେ ନେଇପାରିବେ । କେବଳ ଉଦ୍‌ଘାଟନୀ ନୁହେଁ, ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଗୁଡିକର ପ୍ରସାରଣ କରାଯିବ । ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ, ମାର୍କେଟ୍‌ ବିଲïିଂ ଓ ସହିଦନଗର ଦୁର୍ଗା ମଣ୍ଡପ ଭଳି ବଛାବଛା ଭଳି ୧୨ଟି ସ୍ଥାନରେ ବଡ଼ ପରଦା ଲଗାଯିବ । ବହୁ ସଂଖ୍ୟାରେ ଦର୍ଶକ ରୁଣ୍ଡ ହେବାର ସମ୍ଭାବନା ଥିବାରୁ ପୋଲିସ୍‌ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।
ଆଜି ଆସିବ ଫ୍ରାନ୍ସ
ପୁରୁଷ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ନିମନ୍ତେ ବିଶ୍ୱର ନଂ.୧୭ ଦଳ ଚୀନ୍‌ ଓ ୨୦ତମ ର୍ୟାଙ୍କରେ ଥିବା ଫ୍ରାନ୍ସ ଭୁବନେଶ୍ୱର ପହଞ୍ଚିବେ । ଅପରାହ@ ୧.୧୦ ମିନିଟ୍‌ରେ ଫ୍ରାନ୍ସ ଖେଳାଳି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୨ରେ ପହଞ୍ଚିବେ । ସେହିଭଳି ୨୩ ତାରିଖ ଚୀନ୍‌ ଅପରାହ@ ୧ଟାରେ ଟର୍ମିନାଲ-୧ରେ ଅବତରଣ କରିବାର ସୂଚନା ରହିଛି ।

Loading...

LEAVE A REPLY

Please enter your comment!
Please enter your name here