ଭୁବନେଶ୍ୱର : ଆଉ ଦିନ କେଇଟାର ଅପେକ୍ଷା ପରେ ହକି ବିଶ୍ୱକପ୍‌ ବିଗୁଲ ବାଜିବ । ଏନେଇ ସାରା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରସିଦ୍ଧ ସଂଗୀତଜ୍ଞ ଏଆର୍‌ ରେହମାନ । ଏହି ଅବସରରେ ରେହମାନ ନବୀନ ନିବାସରେ ଅତିଥି ସାଜିଥିଲେ । ବିଶ୍ୱକପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ରେହମାନ । ହକି ବିଶ୍ୱକପ୍‌ର ଶୀର୍ଷକ ସଂଗୀତ ପ୍ରସ୍ତୁତ କରିଥିବା ରେହମାନ ମୁଖ୍ୟମନ୍ତ୍ରୀଙ୍କ ଆତିଥିକୁ ଭୁରି ଭୁରି ପ୍ରଶାଂସା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ୍‌ର ଟାଇଟଲ ସଙ୍ଗ୍‌ ରିଲିଜ୍‌ କରିଥିବା ରେହମାନ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଟାଇଟଲ ସଙ୍ଗ୍‌ ଜୟ ହିନ୍ଦ୍‌ ହିନ୍ଦ ଜୟ ଇଣ୍ଡିଆ ଗୀତ କମ୍ପୋଜ କରିବା ପାଇଁ ରେହମାନଙ୍କୁ ୩ ମାସ ସମୟ ଲାଗିଥିଲା । ସେ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ ଓ ଓଡ଼ିଶାରେ ଏହି ଗୀତ ପ୍ରସ୍ତୁତ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟ ଜଣେ ବନ୍ଧୁ ଭଳି ଥିଲା । କେତେ ବଡ ନେତା ହୋଇ ସାଙ୍ଗ ଭଳି ମିଶିଲେ, ମୋ ସହ ସେଲ୍‌ଫି ଉଠାଇଲେ ଯାହାକି ମୋତେ ମୁU କରିଛି ବୋଲି ରେହମାନ ତାଙ୍କ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । ଜୟ ହିନ୍ଦ୍‌ ଇଣ୍ଡିଆ ସଂଗୀତ ଦେଶର ଏକତା ଓ ଉସିାହକୁ ପ୍ରୋସିାହନ ଦେବ ବୋଲି ରେହମାନ କହିଛନ୍ତି ।
ରେହମାନଙ୍କ ସହ ଭେଟଘାଟ ପରେ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ହକି ବିଶ୍ୱକପ୍‌ ପାଇଁ ରେହମାନ ସଂଗୀତ ପରିବେଷଣ କରୁଥିବାରୁ ଆମେ ସମସ୍ତେ ଆନନ୍ଦିତ । ଏନେଇ ତାଙ୍କୁ ମୁଁ ଅନେକ ବଧେଇ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହକି ବିଶ୍ୱକପ୍‌ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ୍‌ ୨୭ ତାରିଖ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍‌ ଭେନୁ୍ୟରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉସିବ ଆୟୋଜିତ ହେବ । ଏଥିରେ ରେହମାନ ନିଜ କଣ୍ଠର ଜଲୱା ଦେଖାଇବେ । ସେହିଭଳି ୨୮ ତାରିଖ କଟକ ବାରବାଟୀ ଷ୍ଟାଡିୟମ୍‌ରେ ରେହମାନଙ୍କ ଜୟହିନ୍ଦ ଇଣ୍ଡିଆ ଗୀତ ପୁଣି ଗୁଞ୍ଜରିତ ହେବ ।

Loading...

LEAVE A REPLY

Please enter your comment!
Please enter your name here