ଭୁବନେଶ୍ୱର : ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ (ଓଏଚ୍‌ସି)ର ଉଦ୍‌ଘାଟନୀ ଉତ୍ସବରେ ଏକତା ଓ ସଂଯୁକ୍ତ ଦୁନିଆର ସମିଶ୍ରଣ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଥିଏଟର ଭଳି ପ୍ରଯୋଜନା ଓ ଦି ଆର୍ଥ ସଙ୍ଗ’ ନାମରେ ନୃତ୍ୟ ପରିବେଷଣ କରାଯିବ ।
୨୭ ନଭେମ୍ବର ୨୦୧୮ରେ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହର ଗୀତ ଦି ଆର୍ଥ ସଙ୍ଗ’ର ବିଷୟବସ୍ତୁ ହେଉଛି ମାନବଜାତିର ଏକତା’। ଏହି ଅସଲି ପ୍ରଯୋଜନାଟି ଭୌଗଳିକ ସୀମାକୁ ଦୂରେଇ ଏକଜୁଟ ହେବା ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ । ନୂପୁର ମହାଜନଙ୍କ ପରିକଳ୍ପନା, ଲେଖା ଓ ନିର୍ଦେଶନାରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଚରିତ୍ରରେ ରହିବେ ମାଧୁରୀ ଦିକ୍ଷୀତ । ଯେ କି ପୃଥିବୀ ମାତାର ଭୂମିକା ନିର୍ବାହ କରିବେ । ତାଙ୍କ ସହିତ ଯୋଗ ଦେବେ ୧୧୦୦୦ କଳାକାର । ଆର୍ଥ ସଙ୍ଗରେ ପାଞ୍ଚଟି ଅଭିନୟ ରହିଛି ଓ ଏହି ୪୦ ମିନିଟ୍‌ର କାର୍ଯ୍ୟକ୍ରମ ପାଇଁ ନୃତ୍ୟ ନିର୍ଦେଶନା ଦେଇଛନ୍ତି ସ୍ୟାମକ୍‌ ଡାବର୍‌ ଓ ରଣଜିତ ବାରୋଟ୍‌ ଏହାର ଅସଲି ସଙ୍ଗୀତ (ମୁ୍ୟଜିକ୍‌) ସ୍କୋର ପ୍ରସ୍ତୁତ କରିଛନ୍ତି ।
ଶୋ’ର ଶୋଭାକୁ ବଢ଼ାଇବାରେ ୧୧୦୦ରୁ ଅଧିକ ଲାଇଭ୍‌ ପ୍ରଦର୍ଶନକାରୀ ଯେଉଁମାନେ ସାରା ଦୁନିଆକୁ ଏକତ୍ରୀତ କରିବେ ଓ ଏକ ସଂଯୁକ୍ତ ଦୁନିଆର କାହାଣୀ କହିବେ । ଏକତାର ଉଦାହରଣ ସୃଷ୍ଟି କରିବା ପାଇଁ ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ପାଖାପାଖି ୮୦୦ ଯୁବପିଢ଼ିଙ୍କ କଥା କହିବ, ଯେଉଁମାନେ ପ୍ରଥମ ଥର ନୃତ୍ୟ କରିବେ, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଉଛି ।
ନୂପୁର ମହାଜନ, ଲେଖିକା ଓ ନିର୍ଦେଶିକା, ଦି ଆର୍ଥ ସଙ୍ଗ୍‌ ଓ ଉଦଘାଟନୀ ସମାରୋହର କ୍ରିଏଟିଭ୍‌ ଡାଇରେକଫର କହିଛନ୍ତି ଯେ, ଭାବନାକୁ ଭଙ୍ଗ କରିବାକୁ ଚାହୁଁଥିବା ଜଣେ ଲେଖିକାଙ୍କ ପାଇଁ ଓଡ଼ିଶାର ଲୋକମାନେ ହେଉଛନ୍ତି ଉପଯୁକ୍ତ ଦର୍ଶକ। ଅନ୍ତର୍ଭୁକ୍ତୀକରଣ ଦର୍ଶନ ସହିତ ସାଂସ୍କୃ୍‌ତିକ ଓ ଆକର୍ଷଣୀୟ ଭାବ ହେଉଛି ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ କାରଣ ଓ କିଛି ଅସଲି ଓ ବୌଦ୍ଧିକ ସୃଷ୍ଟି କରାଯାଇଛି । ପୁନଶ୍ଚ, କ୍ରୀଡ଼ା ହେଉଛି ତାହା ଯେଉଁଠାରେ ସବୁ ବିଭେଦର ମିଳନ ହୋଇଥାଏ ଓ ଏକ ନିର୍ଦ୍ଦିଷ୍ଟ ଆବେଗରେ ସମସ୍ତେ ବାନ୍ଧି ହୁଅନ୍ତି ଓ ଏହା ହେଉଛି ଉପଯୁକ୍ତ କାନଭାସ୍‌ ଯେଉଁଥିରେ ଏକ ସଂଯୁକ୍ତି ଦୁନିଆର ବାର୍ତ୍ତାକୁ ସାରା ଦୁନିଆକୁ ପ୍ରଦାନ କରାଯାଇପାରିବ ।
ଦି ଆର୍ଥ ସଙ୍ଗ୍‌ ହେଉଛି ଏକ ନୃତ୍ୟାଭିନୟ ଯେଉଁଥିରେ ସମସାମୟିକ, ସାଂସ୍କୃତିକ, ଜାଜ୍‌, ବାଲେଟ୍‌, ଆଣ୍ଟ୍ରୋ, ସତ୍ରିଆ, ଓଡ଼ିଶୀ, ମୋହିନୀ ଆତମ, କଥକ ଓ ଆହୁରି ବହୁତ କିଛି ଦେଖିବାକୁ ମିଳିବ । ଏଥିରେ ଡ୍ରାମା, ଡାଏଲଗ, ଅସଲି ସଙ୍ଗିତ ରହିବ ଯାହା ଏକଜୁଟତାର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିବ ।
ଏହି ଉଦ୍‌ଘାଟନୀ ଉତ୍ସବରେ ଭାରତର ହୃଦସ୍ପନ୍ଦନ ପ୍ରଦାନ କରିଥିବା ହାର୍ଟବିଟ୍‌ ‘ର ହକି କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟ ହେବ । ଅଗଷ୍ଟ ୨୯ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିବା ପରଠାରୁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକମାନେ ହୃଦସ୍ପନ୍ଦନ ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ହୃଦସ୍ପନ୍ଦନ ହେଉଛି ଆଉ କାହାର ନୁହେଁ ବରଂ ଶାହରୁଖ ଖାନ୍‌ଙ୍କର ଯିଏ କହିଛନ୍ତି ଯେ, ମେରା ଦିଲ୍‌ ହକି କେ ଲିଏ ବହୁତ ତେଜ୍‌ ଧଡ଼କତା ହୈ। ଉଦଘାଟନୀ ସମାରୋହରେ ଖାନ ସଂଗ୍ରହ କରାଯାଇଥିବା ହୃଦସ୍ପନ୍ଦନଗୁଡ଼ିକୁ ୧୬ ଅଧିନାୟକଙ୍କୁ ପ୍ରଦାନ କରିବେ ।
ଗୁଲଜାର ସାହେବଙ୍କ ଜୟ ଇଣ୍ଡିଆ’କୁ ଏ ଆର ରହମାନ୍‌ ଜୀବନ୍ତ କରିଛନ୍ତି । ଯାହା ହେଉଛି ୨୦୧୮ ହକି ବିଶ୍ୱକପ୍‌ର ଅଫିସିଆଲ୍‌ ଗୀତ ଓ ଟୁ୍ୟନ୍‌। ଏହା ପରେ ସେ ନିଜେ ନିଜର କିଛି ସ୍ମରଣୀୟ ଗୀତ ଜୟ ହୋ ଆଦି ପରିବେଷଣ କରିବେ । ଉଦ୍‌ଘାଟନୀ ସମାରୋହର ଅବଧି ହେଉଛି ୯୦ ମିନିଟ୍‌ । ୨୭ ନଭେମ୍ବର ୨୦୧୮ରେ ତାହାକୁ ଡିଡି ନ୍ୟାସନାଲ୍‌, ଡିଡି ସ୍ପୋର୍ଟ୍ସ ଓ ଓଡ଼ିଶାର ସମସ୍ତ ଆଞ୍ଚଳିକ ଚ୍ୟାନେଲ୍‌ରେ ପରିବେଷଣ କରାଯିବ । ହାର୍ଟବିଟ୍‌ ଫର ହକିର ଏଫ୍‌ବି ପେଜ୍‌ରେ ତାହାର ଲାଇଭ୍‌ ଷ୍ଟ୍ରିମିଂ କରାଯିବ । ଏହା ଦ୍ୱାରା ଓଡ଼ିଶାର ଅଧିକରୁ ଅଧିକ ଲୋକ ଏହାର ମଜା ନେଇପାରିବେ। ଦୁନିଆର ଦର୍ଶକଙ୍କ ପାଇଁ ଇଂରାଜିରେ ଓ ଓଡ଼ିଶା ଦର୍ଶକଙ୍କ ପାଇଁ ଡିଡି ଓଡ଼ିଆ ଓ ଆଞ୍ଚଳିକ ଚ୍ୟାନେଲ୍‌ରେ ଓଡ଼ିଆ ଭାଷାରେ ଧାରା ବିବରଣୀ ପ୍ରଦାନ କରାଯିବ ।

Loading...

LEAVE A REPLY

Please enter your comment!
Please enter your name here