ଗୋଟିଏ ମଞ୍ଚରେ ୧୧ ଶହ ଆର୍ଟିଷ୍ଟ
ଭୁବନେଶ୍ୱର : ହକି ବିଶ୍ୱକପ୍‌କୁ ନେଇ ପ୍ରଶଂସକ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବିଶ୍ୱକପ୍‌ ବିଗୁଲ ବାଜିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୭ ତାରିଖର ଉଦ୍‌ଘାଟନୀ ଉତ୍ସବ ଲାଗି ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଆଗ୍ରହ ଦେଖିବାକୁ ମିଳିଛି । କାରଣ ପୂର୍ବରୁ ଘୋଷିତ ତାଲିକା ଅନୁସାରେ ବଲିଉଡ୍‌ ତାରକା ଶାହାରୁଖ ଖାନ, ଓସ୍କାର ବିଜେତା ସଂଗୀତଜ୍ଞ ଏଆର ରେହମାନଙ୍କ ସହ ଗୀତିକାର ଗୁଲଜାରଙ୍କ ମନମତାଣିଆ କାର୍ଯ୍ୟକ୍ରମ ଦେଖିବାକୁ ପ୍ରଶଂସକ ଅନାଇ ବସିଛନ୍ତି । ଏହି ୩ ପ୍ରମୁଖ ନାମ ସହିତ ଆଉ ଏକ ବଡ଼ ନାମ ଯୋଡ଼ି ହୋଇଛି । ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ହକି ବିଶ୍ୱକପ ଉଦଘାଟନୀର ଅନ୍ୟତମ ଆକର୍ଷଣ ପାଲଟିବେ । ଯେଉଁ ମୁଖ୍ୟ କଥାବସ୍ତୁ ଉପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ତାହାର ମୁଖ୍ୟ ଚରିତ୍ର ‘ଭୂ ଦେବୀ’ ଭୂମିକାରେ ମାଧୁରୀ ମଞ୍ଚର ଶୋଭାବର୍ଦ୍ଧନ କରିବେ ।
ନିକଟରରେ ବିଶିଷ୍ଟ ସଂଗୀତଜ୍ଞ ଏଆର୍‌ ରେହମାନ ଭୁବନେଶ୍ୱର ଆସିଛନ୍ତି । ତାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍‌ ମୁଖ୍ୟ ଭେନୁ୍ୟରେ ଉଦ୍‌ଘାଟନୀ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି । ହାତରେ ଆଉ ଗୋଟିଏ ଦିନ ବାକିଥିବାରୁ ୧୧ ଶହ କଳାକାରଙ୍କୁ ନେଇ ରବିବାର ଅପରାହ@ରେ ଉଦ୍‌ଘାଟନୀ ଉସିବର ନକଲ କରାଯାଇଥିଲା । ପାଖାପାଖି ୨ ଘଣ୍ଟା ଧରି ଚାଲିବାକୁଥିବା ଉଦ୍‌ଘାଟନୀ ଉସିବରେ ଦି ଆର୍ଥସଙ୍ଗ ସାର ବିଶ୍ୱବାସୀଙ୍କୁ ମନ୍ତ୍ରମୁU କରିବ ।
ହକି ବିଶ୍ୱକପ୍‌ ହେଉ ଅବା କୌଣସି ବଡ଼ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ‘ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌’ର ଉଦଘାଟନୀ ଉତ୍ସବକୁ ନିଆରା ଢଙ୍ଗରେ ଉପସ୍ଥାପିତ କରିବାକୁ ପ୍ରୟାସ କରାଯାଉଛି । ‘ଏକତା ଏବଂ ଗୋଟିଏ ବିଶ୍ୱ’ ଏହି ଆଧାରରେ ପ୍ରଥମଥର ପାଇଁ ପ୍ରସ୍ତୁତ ସିଦ୍ଧାନ୍ତମୂଳକ କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଛି ‘ଦି ଆର୍ଥ ସଙ୍ଗ୍‌’ । ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ ହେଉଛି ‘ମାନବିକତା ମଧ୍ୟରେ ଏକତା’। ବିଶ୍ୱକପ୍‌ ଉଦଘାଟନୀ ଉତ୍ସବର ସୃଜନଶୀଳ ନିର୍ଦେଶିକା ନୂପୁର ମହାଜନଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି କାର୍ଯ୍ୟକ୍ରମରେ ମାଧୁରୀ ଦିକ୍ଷିତ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । ‘ଭୂ ଦେବୀ’ କାର୍ଯ୍ୟକ୍ରମରେ ଜଣାଣୁଣା ବ୍ୟକ୍ତିତ୍ୱ ସିଆମକ ଡାଭର ନୃତ୍ୟ ନିର୍ଦ୍ଦେଶନା ଦେଉଥିବାବେଳେ ମୂଳ ଗୀତର ସ୍ରଷ୍ଠା ରହିଛନ୍ତି ରଞ୍ଜିତ ବାରୋତ ।
ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମକୁ ବିମୋହିତ କରିବ ଏବଂ ବିଶ୍ୱ କ୍ରୀଡ଼ାକୁ ଏକ ନୂଆ ପରମ୍ପରା ପ୍ରଦାନ କରିବ । ସ୍ଥାନୀୟ, ଭାରତୀୟ ଏବଂ ବିଦେଶରୁ ମୋଟ ୧୧୦୦ କଳାକାର ଏକକାଳୀନ ପ୍ରଦର୍ଶନ କରିବାକୁଯାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଓଡ଼ିଶାରୁ ୮୦୦ ସହ ନବାଗତ କଳାକାର ରହିଛନ୍ତି । ଯେଉଁମାନେ କେବେ ଆଗରୁ ନୃତ୍ୟ ପରିବେଷଣ କରିନାହାନ୍ତି । ବିଶ୍ୱକପ ମୁଖ୍ୟ କାର୍ଯ୍ୟକ୍ରମ ‘ଦି ଆର୍ଥ ସଙ୍ଗ୍‌’ରେ ଓଡ଼ିଶାରୁ କଲେଜ ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ନୃତ୍ୟ କରିବାକୁ ଯାଉଥିବା ଯୁବକଯୁବତୀମାନେ ଏବେ ଅହରହ ରିହରସାଲରେ ଲାଗି ପଡ଼ିଛନ୍ତି । ଆର୍ଥ ସଙ୍ଗରେ ପାରମ୍ପରିକ ନୃତ୍ୟଠାରୁ ଆରମ୍ଭ କରି ଶାସ୍ତ୍ରୀୟ, ଜାଜ୍‌, ବାଲେଟ ସହିତ ଓଡ଼ିଶୀ ଏବଂ ଅନ୍ୟ ବହୁ ବିବିଧତା ଭରି ରହିଛି । ନାଟକ, ସଂଳାପ, ସଂଗୀତ ମାଧ୍ୟମରେ ବିଶ୍ୱବାସୀଙ୍କୁ ଏକତାର ବାର୍ତ୍ତା ପ୍ରେରଣର ପ୍ରୟାସ କରାଯିବ । ଶାହାରୁଖ୍‌ ଖାନ ମୁଖ୍ୟ ଆକର୍ଷଣ ସାଜିବେ । ବର୍ତ୍ତମାନ ଦେଶବ୍ୟାପୀ ଚାଲିଥିବା ‘ହାର୍ଟ ବିଟ୍‌ ଫର ହକି’ (ହକି ପାଇଁ ହୃଦସ୍ପନ୍ଦନ) ଅଭିଯାନ ଶେଷରେ ସଂଗୃହିତ ହୃଦସ୍ପନ୍ଦନଗୁଡ଼ିକୁ ଶାହରୁଖ ଖାନ୍‌ କଳିଙ୍ଗ ଷ୍ଟାଡିୟମରେ ଏକତ୍ରିତ ବିଶ୍ୱକପ୍‌ ଅଧିନାୟକମାନଙ୍କୁ ମଞ୍ଚରେ ପ୍ରଦାନ କରିବେ । ସେହିଭଳି ଖ୍ୟାତନାମା ଗୀତିକାର ସେଖ ଗୁଲଜାରଙ୍କ ଲିଖିତ ବିଶ୍ୱକପ୍‌ ଆନୁଷ୍ଠାନିକ ସଂଗୀତ ‘ଜୟ ଇଣ୍ଡିଆ’କୁ ଓସ୍କାର ବିଜେତା ଏଆର ରେହମାନଙ୍କ କଣ୍ଠରେ ଶୁଣିବାକୁ ପାଇବେ କଳିଙ୍ଗର ଅଗଣିତ ପ୍ରଶଂସକ । ଓଡ଼ିଶା କଳାକାରଙ୍କ ମଧ୍ୟରେ ଓଲିଉଡର ଅନ୍ୟତମ ସଫଳ ଯୋଡ଼ି ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ମୁଖ୍ୟ ଆକର୍ଷଣ ରହିବେ । କ୍ରୀଡ଼ା ଭାଷ୍ୟକାର ଗେରବ କାପୁର ସଂଯୋଜନା କରିବେ । ସମ୍ପୂର୍ଣ୍ଣ ଉଦଘାଟନୀ ଉତ୍ସବ ଦୂରଦର୍ଶନ ନ୍ୟାସନାଲ, ଡିଡି ସ୍ପୋର୍ଟସ ସହିତ ଓଡ଼ିଶାର ସମସ୍ତ ଆ ଳିକ ଟିଭି ଚାନେଲ ସିଧା ପ୍ରସାରିତ କରିବେ ।

Loading...

LEAVE A REPLY

Please enter your comment!
Please enter your name here