ସିନ୍ଧୁ ବିଦା
ହାଇଦ୍ରାବାଦ: ପୂର୍ବତନ ନଂ.୧ ସଟଲର କିଦାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମାଙ୍କ ହଂକଂ ଓପନ ବ୍ୟାଡମିଣ୍ଟନ ଜୟଯାତ୍ରା ଜାରି ରହିଛି । ଉଭୟ ପ୍ରତିଯୋଗୀ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବା ବେଳେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି ।
ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୪-୨୬, ୨୦-୨୨ ଗେମ୍‌ରେ ବିଶ୍ୱର ନଂ.୨ କୋରିଆର ଜି ହୁ୍ୟନ୍‌ ସୁଙ୍ଗ’ଙ୍କ ନିକଟରୁ ହାରିଯାଇଛନ୍ତି । ସେହିଭଳି ପୁରୁଷ ଡବଲ୍ସରେ ମନୁ ଅଟ୍ରି ଓ ସୁମିତ ରେzୀଙ୍କ ଯୋଡି ୧୬-୨୧, ୧୫-୨୧ ଗେମ୍‌ରେ ଚାଇନିଜ ତାଇପେଇର ଲି ହି ହୁଇ ଓ ଲି ୟଙ୍ଗ’ଙ୍କ ନିକଟରୁ ହାରିଯାଇଛନ୍ତି । ମିକ୍ସଡ ଡବଲ୍ସରେ ଅଶ୍ୱିନୀ ପୋନାªା ଓ ସତଭିକ୍‌ ସାଇରାଜ ରଣକୀ ରେଡୀ ୧୭-୨୧, ୧୧-୨୧ ଗେମ୍‌ରେ ତାଇପେଇର ଲି ୟାଙ୍ଗ ଓ ସୁ ୟା ଚିଙ୍ଗ’ଙ୍କ ନିକଟରୁ ହାରିଯାଇଥିଲେ ।
ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଦୁଇ ଭାରତୀୟ ଶ୍ରୀକାନ୍ତ ଓ ଏଚ୍‌ଏସ୍‌ ପ୍ରଣୟ ପରସ୍ପରକୁ ଭେଟିଥିଲେ । ଶ୍ରୀକାନ୍ତ ୧୮-୨୧, ୩୦-୨୯, ୨୧-୧୮ ଗେମ୍‌ରେ ପ୍ରଣୟଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ସ୍ଥାନ ପMା କରିଛନ୍ତି । ଅନ୍ୟ ଏକ ମ୍ୟାଚ୍‌ରେ ସମୀର ଓ ଚୀନ୍‌ର ଚେନ ଲଙ୍ଗ’ଙ୍କ ମଧ୍ୟରେ ଖେଳାଯିବାର ଥିଲା । କିନ୍ତୁ ଚେନ୍‌ ଲଙ୍ଗ ଓହରିଯିବାରୁ ସମୀର ୱାକ ଓଭରରେ ବିଜୟୀ ହୋଇ କ୍ୱାର୍ଟର ଯୋଗ୍ୟତା ଅର୍ଜନ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here