ଲକ୍ଷ୍ନୌ: ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ତାରକା ସଟ୍‌ଲର୍‌ ସାଇନା ନେହୱାଲ୍‌ଙ୍କ ପାଇଁ ସହଜ ମନେ ହେଉଛି । ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ମଙ୍ଗଳବାରଠାରୁ ଏହି ମେଗା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ସିନ୍ଧୁ ଓହରିଯିବା ସତ୍ତେ୍ୱ ଏହି ପ୍ରତିଯୋଗିତାରେ ଭାରତର ଦୁଇଜଣ ଟାଇଟଲ୍‌ ବିଜୟୀ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ ପୁରୁଷ ଖେଳାଳି ସମୀର ବର୍ମା ଚାମ୍ପିଅନ୍‌ ହୋଇଥିଲେ । ସେହିଭଳି ମିକ୍ସଡ୍‌ ଡବଲ୍ସରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ସିକି ରେzୀ ଗତ ବର୍ଷର ଟାଇଟଲ୍‌ ସଫଳତା ଦୋହରାଇବାକୁ ଆଶାୟୀ ଅଛନ୍ତି । ଆସନ୍ତା ମାସ ଚୀନ୍‌ରେ ବିଶ୍ୱ ଟୁର୍‌ ଫାଇନାଲ୍ସ ଖେଳାଯିବ । ଏଦୃଷ୍ଟିରୁ ସିନ୍ଧୁ ସୟଦ ମୋଦି ପ୍ରତିଯୋଗିତାରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ସିନ୍ଧୁଙ୍କ ଅନୁପସ୍ଥିତିରେ ସାଇନା ଦେଶର ଟେକ ରଖିବାକୁ ପ୍ରୟାସ କରିବେ । ବର୍ଷ ଆରମ୍ଭରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସାଇନା ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୁନଶ୍ଚ ଏସିଆନ୍‌ ଗେମ୍ସରେ ସେ ବ୍ରୋଞ୍ଜ ଜିତିବା ସହ ଇଣ୍ଡୋନେସିଆ ମାଷ୍ଟର୍ସ ଓ ଡେନ୍‌ମାର୍କ ଓପନ୍‌ ଫାଇନାଲ୍‌ ଖେଳିଥିଲେ । ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ଚଳିତ ସେସନ୍‌ରେ ଗୋଟିଏ ମାତ୍ର ଟାଇଟଲ୍‌ ଜିତିଛନ୍ତି । ସେ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ମରିସସ୍‌ର କାର୍ଟେ ଫୋ ପୁନେଙ୍କୁ ଭେଟିବେ । ସେହିଭଳି ପୁରୁଷ ପ୍ରତିଯୋଗୀ ଏଚ୍‌ଏସ୍‌ ପ୍ରଣୟ ଥାଇଲାଣ୍ଡର ଅଦୁଲରାଜ ନାମକୁଲଙ୍କୁ ଭେଟିବେ । ଚତୁର୍ଥ ସିଡେଡ୍‌ ଡି. ସାଇ ପ୍ରଣିତ ରୁଷିଆ ସର୍ଗେ ସିରାଣ୍ଟଙ୍କ ବିପକ୍ଷ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବେ । ୭ମ ସିଡେଡ୍‌ ସୌରଭ ବର୍ମା ଚୀନ୍‌ର ଝୌଜେକିଙ୍କୁ ଭେଟିବେ । ମହିଳା ଡବଲ୍ସରେ ଅଶ୍ୱିନୀ ପୋନ୍ନାªା ଓ ଏନ୍‌ସିକି ରେzୀ ଏବଂ ମିକ୍ସଡ୍‌ ଡବଲ୍ସରେ ଅଶ୍ୱିନୀ ଓ ସତ୍‌ଭିକ୍‌ ସାଥୀ ହୋଇ ଖେଳିବେ ।

Loading...

LEAVE A REPLY

Please enter your comment!
Please enter your name here