ଭୁବନେଶ୍ୱର: ଗାଡ଼କଣରେ ଆୟୋଜିତ ଜୁନିୟର କ୍ରିକେଟ୍‌ ଲିଗ୍‌ (୧୫ ବର୍ଷରୁ କମ୍‌) ଲିଗ୍‌ ସେମିଫାଇନାଲ ଲାଇନ୍‌ ଅଫ୍‌ ସ୍ପଷ୍ଟ ହୋଇଛି । ଜମାଣିଆ ପ୍ରଦର୍ଶନ ସହ ରାମେଶ୍ୱର, ପାରାମାଉଣ୍ଟ, ଗ୍ରୀନ୍ସ ଓ ସହିଦ ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଶେଷ ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଗ୍ରୀନ୍ସ ଏକାଡେମୀ ଓ ପାରାମାଉଣ୍ଟ ବିଜୟୀ ହୋଇଥିଲେ । ପାରାମାଉଣ୍ଟ ୯ ୱିକେଟ୍‌ରେ ବିବିସିଏ’କୁ ଏବଂ ଗ୍ରୀନ୍ସ ୩୦ ରନ୍‌ ଓସ୍କାରକୁ ହରାଇଛି ।
ପ୍ରଥମ ମ୍ୟାଚ୍‌ରେ ବିବିସିଏ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୯ ୱିକେଟ୍‌ ହରାଇ ୯୦ ରନ୍‌ କରିଥିଲା । ଆୟୂଷ ମହାନ୍ତି ସର୍ବାଧିକ ୫୧ ରନ୍‌ କରିଥିଲେ । ୯୧ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ପାରାମାଉଣ୍ଟ ୧୪.୫ ଓଭରରେ ଗୋଟିଏ ୱିକେଟ୍‌ ହରାଇ ଜିତି ଯାଇଥିଲା । ବିଜୟ ଦଳର ସ୍ୱୟମ୍‌ ସାର୍ଥକ ରାଉତଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରୀନ୍ସ ପ୍ରଥମେ ବ୍ୟାଟିଂ ୨୪.୩ ଓଭରରେ ୧୩୭ ରନ୍‌ କରିଥିଲା । ଏସ୍‌ ହିମାଂଶୁ ସର୍ବାଧିକ ୫୭ ରନ୍‌ କରିଥିଲେ । ୧୩୮ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ଓସ୍କାର ୨୪ ଓଭରରେ ୯ ୱିକେଟ୍‌ ହରାଇ ୧୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଗ୍ରୀନ୍ସର ଏସ୍‌ ହିମାଂଶୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ବୁଧବାର ପ୍ରଥମ ସେମିଫାଇନାଲ ରାମେଶ୍ୱର-ପାରାମାଉଣ୍ଟ ଏବଂ ଦ୍ୱିତୀୟ ମ୍ୟାଚ୍‌ ଗ୍ରୀନ୍ସ-ସହିଦ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ । ଅମ୍ପାୟାର ପ୍ରଦୀପ ଜେନା, ପ୍ରସନ୍ନ ବେଉରା ଏବଂ ଆଶୁତୋଷ ସାମନ୍ତରାୟ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ମଲ୍ଲ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here