nalco

ସେଞ୍ଚୁରିଅନ୍‌: ସେଞ୍ଚୁରିଅନ୍‌ ଟେଷ୍ଟରେ ଘରୋଇ ଦ.ଆଫ୍ରିକା ୬ ୱିକେଟ୍‌ରେ ପାକିସ୍ତାନକୁ ହରାଇଛି । ବିଜୟସହ ଦ.ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ପାକିସ୍ତାନ ୧୮୧ ଓ ୧୯୦ ରନ୍‌ କରିଥିବା ବେଳେ ଦ.ଆଫ୍ରିକା ୨୨୩ ଓ ୧୫୧/୪ ରନ୍‌ କରି ବିଜୟୀ ହୋଇଛି । ୧୪୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଦ.ଆଫ୍ରିକା ତୃତୀୟ ଦିନ ବ୍ୟାଟିଂ କରିଥିଲା । ଓପନର ଡେଲ୍‌ ଏଲ୍‌ଗାର ୫୦ ଓ ହାସିମ୍‌ ଆମ୍‌ଲା ଅପରାଜିତ ୬୩ ରନ୍‌ କରି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କରାମ୍‌ ୦, ବ୍ରୁଏନ୍‌ ୧୦, ଫାଫ ଡୁପ୍ଲେସିସ୍‌ ୦ ରନ୍‌ ତଥା ତେମ୍ବା ବଭୁମା ଅପରାଜିତ ୧୩ ରନ୍‌ କରିଥିଲେ । ବୋଲିଂରେ ହାସନ୍‌ ଅଲ୍ଲୀ, ସହିନ୍‌ ଶାହ ଆଫ୍ରିଦି, ୟାସିର ଶାହ ଓ ସାନ ମାସୁଦ ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here