କୋଣାର୍କ : ବୁଧବାର ଦୁଇ ଘଟିକା ସମୟରେ ନେପାଳର ରାଷ୍ଠ୍ରଦୁତ ମଦନ ଭଟ୍ଟରାୟ ଓ ତାଙ୍କ ସପରିବାର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ । କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟଫାଟକ ସମ୍ମୁଖରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ନେପାଳର ରାଷ୍ଠ୍ରଦୁତ ଶ୍ରୀ ଭଟ୍ଟରାୟ ସପରିବାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ପରେ ରାଷ୍ଠ୍ରଦୁତ ଶ୍ରୀ ଭଟ୍ଟରାୟ ସପରିବାରଙ୍କୁ ସରକାରୀ ସିକୃତି ପ୍ରାପ୍ତ ଗାଇଡି ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିରର ଐତିହ୍ୟ,କଳା,ସଂସୃତି ଓ ଏହାର ଇତିହାସ ସମ୍ବଦ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ । ଏହାପରେ ରାଷ୍ଠ୍ରଦୁତ ସପରିବାର ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଗ୍ରସ୍ତ ସମୟରେ କୋଣାର୍କ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here