NELSON, NEW ZEALAND - JANUARY 08: New Zealand Cricket Director Diana Puketapu presents Kane Williamson of New Zealand the ANZ One Day International Series trophy after winning game three of the One Day International match between New Zealand and Sri Lanka at Saxton Field on January 8, 2019 in Nelson, New Zealand. (Photo by Hagen Hopkins/Getty Images)

ନେଲସନ୍‌: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବ୍ଲାକ୍‌କ୍ୟାପ୍‌ (ନୁ୍ୟଜିଲାଣ୍ଡ) ୩-୦ରେ ବିଜୟୀ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ନୁ୍ୟଜିଲାଣ୍ଡ ୧୧୫ ରନ୍‌ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ନୁ୍ୟଜିଲାଣ୍ଡ ରସ୍‌ ଟେଲର (୧୩୭) ଓ ନିକୋଲ୍ସ (୧୨୪)ଙ୍କ ଶତକୀୟ ଇନିଂସ ସହାୟତାରେ ୫୦ ଓଭରରେ ୪ ୱିକେଟ୍‌ ହରାଇ ୩୬୪ ରନ୍‌ କରିଥିଲା । ଜବାବରେ ଶ୍ରୀଲଙ୍କା ୪୧.୪ ଓଭରରେ ୨୪୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ରସ୍‌ ଟେଲରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ନୁ୍ୟଜିଲାଣ୍ଡର ଟେଲର ସର୍ବାଧିକ ୧୩୭ ଓ ହେନେରି ନିକୋଲ୍ସ ଅପରାଜିତ ୧୨୪ ତଥା ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ୫୫ ରନ୍‌ କରିଥିଲେ । ଶ୍ରୀଲଙ୍କାର ଲାସିଥ୍‌ ମାଲିଙ୍ଗା ସର୍ବାଧିକ ୩ ୱିକେଟ ସଫଳତା ପାଇଥିଲେ । ଶ୍ରୀଲଙ୍କାର ଥିସାରା ପେରେରା ୮୦, ନିରୋସାନ ଡିକ୍‌େୱଲା ୪୬, କୁଶଲ ପେରେରା ୪୩ ଓ ଧନଞ୍ଜୟା ଡି ସିଲଭା ୩୬ ରନ୍‌ କରିଥିଲେ । ଲୋକି ଫରଗୁସନ୍‌ ୪ଟି, ଇସ୍‌ ସୋଧି ୩ଟି, ଟିମ୍‌ ସାଉଦି ଓ ଜେମ୍ସ ନେସାମ ଗୋଟିଏ କରି ୱିକେଟ୍‌ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here