ଦେଶର ପ୍ରାୟ ସବୁ ସିନେମାଘରକୁ ଓହ୍ଲାଇ ଯାଇଛି ଦର୍ଶକଙ୍କ ବହୁପ୍ରତିକ୍ଷୀତ ଫିଲ୍ମ କେଦାରନାଥ । ଆସନ୍ତାଦିନରେ ଧମାଲ ମଚେଇବାର ଆଶା ରଖିଛନ୍ତି ସୈଫ ଅଲ୍ଲୀ ଖାନଙ୍କ ସୁପୁତ୍ରୀ ସାରା ଅଲ୍ଲୀ ଖାନ ଓ ସୁଶାନ୍ତ ସିଂହ ରାଜପୁତ। ଫିଲ୍ମର ନିର୍ଦ୍ଦେଶନାଭାର ନେଇଛନ୍ତି ଅଭିଷେକ କପୁର । ସାରା ହେଉଛନ୍ତି ସୈଫଙ୍କ ପୂର୍ବ ପନିୀ ଅମ୍ରିତା ସିଂହଙ୍କ କନ୍ୟା । ଫିଲ୍ମରେ ରହିଛି ମୁMୁ ଓ ମନ୍ସìରଙ୍କ ପ୍ରେମକାହାଣୀ ଯାହାକୁ ନେଇ ଫିଲ୍ମ ଗତିଶୀଳ ହୋଇଛି । କାହାଣୀରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଥିବା ଭଲପାଇବାକୁ ମଧ୍ୟ ବେଶ୍‌ ଭଲଭାବେ ଦେଖା ଯାଇଛି । ଏହାସହ ଫିଲ୍ମରେ ହୋଟେଲ, ମଲ୍ସ ଓ ପର୍ଯ୍ୟଟନ ବ୍ୟବସ୍ଥିକରଣ ଉପରେ ଟ୍ଟିପଣୀ କରିଛନ୍ତି ଅଭିଷେକ କେଦାରନାଥ ଜରିଆରେ। ସାରା ଓ ସୁଶାନ୍ତଙ୍କ ମଧ୍ୟରେ ଥିବା ରୋମାନ୍ସ ସେତେ ମନଭରା ହୋଇନଥିଲେ ମଧ୍ୟ ସାରାଙ୍କ ଆକଫିଂରୁ ଅମି୍ରିତାଙ୍କ କଥା ମନେପଡିଯାଉଛି ବୋଲି କୁହା ଯାଇଛି । ତେବେ ସାରା ଏହି ଫିଲ୍ମରେ ଲିଡ୍‌ରେ ଥିବାବେଳେ ତାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ । କେଦାରନାଥରେ ଗୋଟିଏ ବି ରୋମାଣ୍ଟିକ ଗୀତ ନଥିବାବେଳେ ଅମିତ ତ୍ରିବେଦୀ ଫିଲ୍ମରେ ସଠିକଭାବେ ଗୀତର ବ୍ୟବହାର କରିନାହାନ୍ତି । ଉତ୍ତରାଖଣ୍ଡର ଧ୍ୱଂସ ଭିତରେ ଏକ ପ୍ରେମକାହାଣୀର ଉକ୍ସଊତି ଫିଲ୍ମଟିକୁ ଏକ ଅଲାଗା ପ୍ରକାରର କାହାଣୀଭାବେ ଦର୍ଶାଇ ଦେଉଛି । ଡେବୁ୍ୟ ଫିଲ୍ମକୁ ନେଇ ଫିଲ୍ମର ରିଲିଜ ପୂର୍ବରୁ ସାରା ଥିଲେ ବେଶ୍‌ ଏକସାଇଟେଡ୍‌। ବର୍ତ୍ତମାନ ଫିଲ୍ମ ପ୍ରେକ୍ଷାଳୟରେ,ତେବେ ଆଗାମୀ ଦିନରେ ଜଣା ପଡିଯିବ ଦର୍ଶକ ଏହି ଫିଲ୍ମକୁ କେତେମାତ୍ରାରେ ରେସ୍ପଣ୍ଡ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here