କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଖଣ୍ଡିଆବନ୍ଧ ଗ୍ରାମରେ ୩ଶହରୁ ଉଦ୍ଧ୍ୱର୍ ଦଳିତ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମ ମୁଣ୍ଡରେ ଥିବା ଅନାବାଦି ଯାଗାରେ ପୂର୍ବରୁ ଏକ ଟ୍ୟୁବ୍ୱେଲ୍ ନିର୍ମିତ ହୋଇଥିଲା । ଏହି ଟ୍ୟୁବ୍ ୱେଲ୍ ଚାରିକଡରେ ଏକ ଗାଧୁଆଘର (କମ୍ପାଉଣ୍ଡ ୱାଲ୍) ନିର୍ମାଣ ହେବାପାଇଁ ସରକାରୀ ଅନୁମତି ମିଳିଅଛି । ଏହି ଯାଗାରେ ମଙ୍ଗଳବାର ଦିନ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉକ୍ତ ଗ୍ରାମର ରମେଶ ମଳିକ ବିରୋଧ କରିଥିଲେ । ଫଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଅଛି । ଏହି ନିର୍ମାଣ କାର୍ଯ୍ୟ ନିୟମିତ କରିବାପାଇଁ ଗ୍ରାମର ପ୍ରଶାନ୍ତ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶତାଧିକ ଲୋକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here