ଭୁବନେଶ୍ୱର : ସମାଲୋଚନାକୁ ସହ୍ୟ କରିବା ପାଇଁ ଶାସକ ବିଜେଡି ପ୍ରସ୍ତୁତ ନୁହେଁ । ମାନ୍ୟବରଙ୍କୁ ପ୍ରଶ୍ନ କଲେ ବିଜେଡି ଧର୍ଯ୍ୟହରା ହୋଇ ପଡୁଛି କାହିଁକି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଓଡିଆ ସଂସ୍କୃତି, ପ୍ରବାଦ, ଭାଷା ଓ ସାହିତ୍ୟରେ ପ୍ରଚଳିତ ଢଗ ଢମାଳି ସଂପର୍କରେ ବୋଧେ ବିଜେଡିର ନେତୃବୃନ୍ଦଙ୍କ ଜ୍ଞାନ ନାହିଁ । ନିଜ ମାତୃଭାଷାକୁ ଭୁଲି ଯାଇଥିବା ଶାସକ ଦଳର ନେତୃବୃନ୍ଦମାନଙ୍କ ଓଡିଆ ଭାଷା ପ୍ରତି ସମ୍ମାନ ନଥିବା ଆଜି ପ୍ରମାଣିତ ହୋଇଛି । ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ଆଜି କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି । ସତକଥା କହିଲେ ଶାସକ ଦଳ ଭୟଭୀତ ହୋଇପଡୁଛି । ଏପରିକି ସମାଲୋଚନାକୁ ସହ୍ୟ କରୁନାହାନ୍ତି । ଭୟଭୀତ ହୋଇ ଶାସକ ବିଜେଡି ବର୍ତମାନ ବିରୋଧୀଙ୍କ ବକ୍ତବ୍ୟକୁ କଦର୍ଯ୍ୟ କରି କେତେ ଦିନ ଏପରି ହୀନ ରାଜନୀତି କରି ଲୋକଙ୍କୁ ଭୁଆଁ ବୁଲାଇବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here