ନୂଆଦିଲ୍ଲୀ, ୩।୧୦ : ଜାମ୍ମୁ- କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଦେଶର ବିଭିନ୍ନ ଏୟାରପୋର୍ଟରେ ହମଲା କରିବାକୁଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଯୋଜନା କରୁଥିବା ଜଣାପଡ଼ିଛି । ଏହି ତଥ୍ୟ ମିଳିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ ଚିଠି ଠାବ କରିଛି । ଏହି ଚିଠିରେ ଜୈଶ ସଂଗଠନର ସଦସ୍ୟ ଶମସେର ୱାନି ଆକ୍ରମଣ ପାଇଁ ଧମକ ଦେଇଛି ।  ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନିଆଯିବ । ଭାରତ ସରକାର ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here