ଖ୍ରୀଷ୍ଟଚର୍ଚ୍ଚ: ଶ୍ରୀଲଙ୍କା ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଦ୍ୱିତୀୟ ଟେଷ୍ଟରେ ନୁ୍ୟଜିଲାଣ୍ଡ ବିଜୟର ନିକଟତର ହୋଇଛି । ଦ୍ୱିତୀୟ ଇନିଂସରେ ନୁ୍ୟଜିଲାଣ୍ଡ ୫୮୫/୪ ରନ୍‌ କରି ପାଳି ଘୋଷଣା କରିବା ସହ ଶ୍ରୀଲଙ୍କା ସମ୍ମୁଖରେ ୬୬୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ତୃତୀୟ ଦିବସ ଷ୍ଟମ୍ପଅପସାରଣ ବେଳକୁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୧୪ ଓଭରରେ ୨ ୱିକେଟ୍‌ ହରାଇ ୨୪ ରନ୍‌ କରିଛି । ବିଜୟଠୁ ଶ୍ରୀଲଙ୍କା ୬୩୬ ରନ୍‌ ପଛରେ ଥିବା ବେଳେ ହାତରେ ୮ ୱିକେଟ୍‌ ସୁରକ୍ଷିତ ରହିଛି । ଅଧିନାୟକ ଦିନେଶ ଚାଣ୍ଡିମଲ ୧୪ ଓ ମେଣ୍ଡିସ୍‌ ୬ ରନ୍‌ କରି ଅପରାଜିତ ଅଛନ୍ତି । ନୁ୍ୟଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଟମ୍‌ ଲାଥମ୍‌ ୧୭୬ ଓ ନିକୋଲସ୍‌ ୧୬୨ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here