ଭୁବନେଶ୍ୱର: କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଭୟଙ୍କ ଯୋଗୁ ଟିମ୍‌ ଓଡ଼ିଶା ରଣଜୀ ମୁକାବିଲାରେ ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରି ପୂର୍ଣ୍ଣ ସଂଖ୍ୟକ ୬ ପଏ ହାସଲ କରିଛି । ଚଳିତ ସିଜନରେ ଏହା ଓଡ଼ିଶାର ଦ୍ୱିତୀୟ ବିଜୟ । ରଣଜୀ ଟ୍ରଫି ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ଗୌðହାଟୀର ବର୍ଷାପାରା ଷ୍ଟାଡିୟମରେ ଘରୋଇ ଆସାମକୁ ପରାସ୍ତ କରି ସିଜନର ପ୍ରଥମ ବିଜୟ ପାଇଥିଲା । ଏହାପୂର୍ବରୁ କିଟ୍‌ରେ ହରିୟାଣା ବିପକ୍ଷରେ ଡ୍ର ଏବଂ ୟୁପି ନିକଟରୁ ମ୍ୟାଚ୍‌ ହାରିଯାଇଥିଲା ।
ଶନିବାର ଆରମ୍ଭରୁ ଓଡ଼ିଶାକୁ ଜିତିବାକୁ ୧୦୪ ରନର ଆବଶ୍ୟକ ଥିବା ବେଳେ ଟିମ୍‌ ପାଖରେ ମାତ୍ର ୫ଟି ୱିକେଟ୍‌ ରହିଥିଲା। ଲାଗୁଥିଲା ଓଡ଼ିଶା ମ୍ୟାଚ୍‌ ବଞ୍ଚାଇବା ପାଇଁ ସମର୍ଥ ହୋଇପାରିବ ନାହିଁ। ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ବିନା କ୍ଷତିରେ ଦଳକୁ ବିଜୟୀ କଲେ। ଶେଷ ପର୍ଯ୍ୟନ୍ତ ଶୁଭ୍ରାଂଶୁ ୮୪ ଓ ଅଭିଷେକ ୮୩ ରନ୍‌ କରି ଅପରାଜିତ ରହିଥିଲେ। ରଣଜୀ ଏଲିଟ୍‌ ପର୍ଯ୍ୟାୟରେ ଗ୍ରୁପ ସି’ରେ ଥିବା ଓଡ଼ିଶା ତା’ର ପୂର୍ବ ମ୍ୟାଚ୍‌ ଆସାମ ବିପକ୍ଷରେ ମଧ୍ୟ ୯ ୱିକେଟେ ଜିତିଥିଲା। ତେଣୁ ଚଳିତ ରଣଜୀ ସିଜନରେ ଦଳର ଏହା ଦ୍ୱିତୀୟ ବିଜୟ। ଏବେ ଓଡ଼ିଶାର ପଏ ସଂଖ୍ୟା ୧୩ରେ ପହଞ୍ଚିଛି । ଦଳ ୪ଟି ମ୍ୟାãରୁ ୨ଟିରେ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ସେହିପରି ଆଉ ଗୋଟିଏ ମ୍ୟାଚ୍‌ ଡ୍ର’ ହୋଇଥିଲା ।
ବୋଲରଙ୍କୁ ସୁହାଉଥିବା ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତ୍ରିପୁରା ତା’ର ପ୍ରଥମ ଇନିଂସରେ ମାତ୍ର ୧୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲ। ପ୍ରଥମ ଇନିଂସରେ ସୂର୍ଯ୍ୟକାନ୍ତ ପ୍ରଧାନ ୭ଟି ୱିକେଟ୍‌ ଦଖଲ କରି ତ୍ରିପୁରା ବ୍ୟାଟିଂ ଲାଇନ୍‌ଅପକୁ ଧ୍ୱଂସ କରିଦେଇଥିଲେ।
ଓଡ଼ିଶା ତା’ର ପ୍ରଥମ ଇନିଂସରେ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଲଢ଼ୁଆ ୮୯ ରନ୍‌ ବଳରେ ୨୧୨ ରନ୍‌ କରିଥିଲା। ଫଳରେ ଦଳ ପ୍ରଥମ ଇନିଂସରେ ୯୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ତ୍ରିପୁରା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଦୁଇ ଟେଲେଣ୍ଡର ମଣିଶଙ୍କର ମୁରାସିଂହ ଜବରଦସ୍ତ ବ୍ୟାଟିଂ କରି ଓଡ଼ିଶାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଉଭୟ ୮୪ ରନ୍‌ ଭାଗୀଦାରି କରି ଦଳୀୟ ସ୍କୋରକୁ ୩୦୪ରେ ପହଞ୍ଚାଇ ଦେଇଥିଲେ । ଫଳରେ ଓଡ଼ିଶା ପାଇଁ ଏହି ମ୍ୟାଚକୁ ଜିତିବାକୁ ୨୧୫ ରନର ଟାର୍ଗେଟ ମିଳିଥିଲା।
ତୃତୀୟ ଦିନରେ ଟାର୍ଗେଟ ପାଇଥିବା ଓଡ଼ିଶା ତା’ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୭୯ ଥିବା ବେଳେ ଦଳ ୫ ଜଣ ବ୍ୟାଟ୍ସମ୍ୟାନ ହରାଇଥିଲା। ତେବେ ଏହିଠାରୁ ଆରମ୍ଭ ହୋଇଥିଲା ଶୁଭ୍ରାଂଶୁ ଓ ଅଭିଷେକଙ୍କ ଜଲୱା। ଉଭୟ ଗତକାଲି ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୧୧ରେ ପହଞ୍ଚାଇଥିଲେ । ଫଳରେ ବିଜୟଠାରୁ ଓଡ଼ିଶା ଶେଷ ଦିନରେ ୧୦୪ ରନ୍‌ ଦୂରରେ ରହିଥିଲା।
ଶନିବାର ସକାଳୁ ଉଭୟ ବ୍ୟାଟ୍ସମ୍ୟାନ୍‌ ବିନା ଚାପରେ ଖେଳିଥିଲେ। ତ୍ରିପୁରାର ବୋଲରମାନେ କ୍ରମାଗତ ଭାବେ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବାକୁ ଯେତେ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ନଥିଲେ। ଶେଷରେ ଶୁଭ୍ରାଂଶୁ ଓ ଅଭିଷେକ ଶେଷ ପର୍ଯ୍ୟନ୍ତ ନଟଆଉଟ୍‌ ରହି ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଦଳ ପାଇଁ ବିଜୟର ମୁଣ୍ଡି ମାରିଥିଲେ। ମ୍ୟାଚ୍‌ ଶେଷବେଳକୁ ଓଡ଼ିଶା ୫ ୱିକେଟରେ ୨୧୭ ରନ୍‌ କରିଥିଲା। ତ୍ରିପୁରା ପକ୍ଷରୁ ମଣିଶଙ୍କର ମୁରାସିଂହ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଅଜୟ ସରକାର ଗୋଟିଏ ୱିକେଟ୍‌ ପାଇଛନ୍ତି।

Loading...

LEAVE A REPLY

Please enter your comment!
Please enter your name here