ସିଡନୀ: ଶନିବାର ଅଷ୍ଟ୍ରେଲିଆର ଐତିହାସିକ ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ଓପନର ରୋହିତ ଶର୍ମା କ୍ୟାରିୟରର ୨୨ତମ ଦିନିକିଆ ଶତକ ହାସଲ କରିଛନ୍ତି । ଏଥିସହ ରୋହିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲଙ୍କ ସମକକ୍ଷ ହୋଇଛନ୍ତି । ଗାଙ୍ଗୁଲି ମଧ୍ୟ ୨୨ଟି ଶତକ ହାସଲ କରିଥିଲେ । ଗାଙ୍ଗୁଲିଙ୍କ ବ୍ୟତୀତ ଶ୍ରୀଲଙ୍କାର ତିଲକ୍‌ରନେି ଦିଲସାନ ୨୨ଟି ଶତକ ହାସଲ କରିଥିଲେ । ତେନ୍ଦୁଲକରଙ୍କ ନæôରେ ସର୍ବାଧିକ ୪୯ଟି ଶତକ ରହିଛି । ସଚିନ୍‌ ଏହି କୀର୍ତ୍ତିମାନ ପାଇଁ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ । ସଚିନ୍‌ଙ୍କ ତଳକୁ ବିରାଟ କୋହଲି ୩୮ଟି ଶତକ, ରିକି ପଣ୍ଟିଂ ୩୦ଟି, ସନଥ ଜୟସୁରିଆ ୨୬ଟି, ଦ.ଆଫ୍ରିକାର ଏବି ଡିଭିଲିୟର୍ସ ୨୫ଟି, କୁମାର ସାଙ୍ଗାକାରା ୨୫ଟି ଏବଂ ଇଣ୍ଡିଜ୍‌ର କ୍ରିସ୍‌ଗେଲ୍‌ ୨୩ଟି ଶତକ ହାସଲ କରିଛନ୍ତି ।

ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଲେ ରୋହିତ
ସିଡନୀ ପ୍ରଥମ ଦିନିକିଆରେ ଆଉ ଏକ ରେକର୍ଡ କରିଛନ୍ତି ରୋହିତ ଶର୍ମା । ସେ ଅଷ୍ଟ୍ରେଲିଆର ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଆଡାମ୍‌ ଗିଲଖ୍ରୀଷ୍ଟଙ୍କୁ ରନ୍‌ ସଂଗ୍ରହରେ ପଛରେ ପକାଇ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ କ୍ରିକେଟ୍‌ରେ ଗ୍ରିଲ୍‌ଖ୍ରୀଷ୍ଟ ୪୬ ମ୍ୟାଚ୍‌ରୁ ୧୬୨୨ ରନ୍‌ କରିଥିଲେ । ଏଥିରେ ସେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେବେ ସଚିନ୍‌ ତେନ୍ଦୁଲକର ଏହି ତାଲିକାର ଶୀର୍ଷରେ ରହିଛନ୍ତି । ସଚିନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ୭୧ଟି ମ୍ୟାଚ୍‌ ଖେଳି ୩୦୭୭ ରନ୍‌ କରିଥିଲେ । ଏଥିରେ ୯ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ରହିଛି । ଏହି ତାଲିକାରେ ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେ ଭାରତୀୟ ବିପକ୍ଷ ୫୯ ଦିନିକିଆରୁ ୨୧୬୪ ରନ କରିଥିବା ବେଳେ ଏଥିରେ ୬ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରୁ ୨୯ଟି ଦିନିକିଆରୁ ୭ଟି ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୨୦୧୩ରେ ବେଙ୍ଗାଲୁରୁରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ୧୫୮ ବଲ୍‌ରୁ ୨୦୯ ରନ୍‌ର ଦ୍ୱିଶତକୀୟ ଇନିଂସରେ ଖେଳିଥିଲେ । ଏଥିରେ ୧୬ଟି ଚୌକା ଓ ୧୨ଟି ଛକା ଥିଲା ।

LEAVE A REPLY

Please enter your comment!
Please enter your name here