ଭୁବନେଶ୍ୱର: ପୁଲ୍‌ ଡି’ର ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ଓ ଜର୍ମାନୀ ଶକ୍ତି ପ୍ରଦର୍ଶନ କରିଥିଲେ । ଅବଶ୍ୟ ଏହି ମ୍ୟାଚ୍‌ରେ ଜର୍ମାନୀ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ଲଢ଼ୁଆ ମନୋଭାବ ଦର୍ଶକଙ୍କୁ ବିମୋହିତ କରିଥିଲା । ମ୍ୟାଚ୍‌ ଆରମ୍ଭରୁ ଶକ୍ତିଶାଳୀ ଜର୍ମାନୀ ଅପେକ୍ଷା ପାକିସ୍ତାନ ଖେଳାଳିଙ୍କ ଶୈଳୀ ଉଚ୍ଚକୋଟୀର ଥିଲା । ଅନେକ ସମୟରେ ଜର୍ମାନୀ ଗୋଲ୍‌ପୋଷ୍ଟକୁ ପାକ୍‌ ଖେଳାଳିଙ୍କ ଘନ ଘନ୍‌ ଆକ୍ରମଣ ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ହେବା ସତ୍ତେ୍ୱ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜର୍ମାନୀ ଗୋଲ କରି ବିଜୟ ନିଶ୍ଚିତ କରିଥିଲା । ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ମାର୍କୋ ମିଲଫକାଉର ଗୋଲ୍‌ କରି ପାକିସ୍ତାନର ବିଜୟଆଶାକୁ ଫିକା କରିଦେଇଥିଲେ । ପାକିସ୍ତାନ ୫ ତାରିଖରେ ମାଲେସିଆକୁ ଭେଟିବ । ସେହିଭଳି ୯ ତାରିଖ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ ଓ ପାକିସ୍ତାନ ଭେଟାଭେଟି ହେବେ ।

Loading...

LEAVE A REPLY

Please enter your comment!
Please enter your name here