ଭୁବନେଶ୍ୱର : ହକି ବିଶ୍ୱକପ୍‌ର ଅଫିସିଆଲ୍‌ ଗୀତ ଜୟ ଇଣ୍ଡିଆ’ ପାଇଁ ଏ ଆର୍‌ ରେହମାନ୍‌ ଏକ ହୁକ୍‌ ଷ୍ଟେପ୍‌ ଜାରି କରିଛନ୍ତି । ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରି ରେହ୍‌ମାନ୍‌ ଟ୍ୱିଟର୍‌ରେ ଟିଜର୍‌ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଶାହରୁଖ ଓ ସେ ମିଶି ହକି ହୁକ୍‌ ଷ୍ଟେପ୍‌ କରୁଛନ୍ତି ଓ ଏହି ହକି ଷ୍ଟେପ୍‌ କରିବା ପାଇଁ ସେ ହକି ପ୍ରେମୀମାନଙ୍କୁ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ।
ଏହି ଚ୍ୟାଲେଞ୍ଜରୁ ଏଆର୍‌ ରେହମାନ୍‌ ଦୁଇ ଜଣ ବିଜେତା ଚୟନ କରିବେ ଯେଉଁମାନେ ଭୁବନେଶ୍ୱରଠାରେ ନଭେମ୍ବର ୨୭ରୁ ଆରମ୍ଭ ହେଉଥିବା ଓଡ଼ିଶା ପୁରୁଷ ହକିି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହରେ ଶାହରୁଖ ଓ ତାଙ୍କ ସହିତ ମଞ୍ଚକୁ ଯିବାର ସୁଯୋଗ ପାଇବେ ।
ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ପାଇଁ ହାସ୍‌ଟ୍ୟାଗ୍‌ ହାର୍ଟବିଟ ଫର ହକିକୁ ବ୍ୟବହାର କରି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ୍‌ କରିବାକୁ ହେବ । ଏ ଆର୍‌ ରେହମାନ୍‌ ନିଜର ଏହି ଟ୍ୱିଟର ଚ୍ୟାଲେଞ୍ଜ୍‌ ଜରିଆରେ ମେନ୍‌ ଇନ୍‌ ବ୍ଲìଙ୍କ ପ୍ରତି ସମର୍ଥନ ହାସଲ କରିବା ପାଇଁ କ୍ରୀଡ଼ାପ୍ରେମୀଙ୍କ ମନରେ ଆହୁରି ପ୍ରବଳ ଉତ୍ସାହ ସୃଷ୍ଟି କରିପାରିଛନ୍ତି । ଏହି ସଂପୃକ୍ତି ଭିତ୍ତିକ ଚ୍ୟାଲେଞ୍ଜ୍‌ ଦେଶର ଯୁବପିଢ଼ିଙ୍କୁ ଏହି ଖେଳ ଓ ଭାରତ ପ୍ରତି ଥିବା ଭଲ ପାଇବାକୁ ପ୍ରଦର୍ଶନ କରିବ ।
ଆସନ୍ତୁ ଜାଣିବା ଷ୍ଟେପ୍‌ ଚ୍ୟାଲେଞ୍ଜ ବିଷୟରେ:
ହକି ବାଡ଼ିଟି ପଡ଼ିଆରେ ବାଡ଼େଇ ହେବା ବେଳେ ଯେଉଁ ଶବ୍ଦ ସୃଷ୍ଟି ହୁଏ ସେଥିରେ ଏଆର୍‌ ଅନୁପ୍ରାଣିତ ହୋଇଥିଲେ ଓ ତାହା ଜୟ ଇଣ୍ଡିଆକୁ ବିଟ୍‌ ପ୍ରଦାନ କରିଛି ଓ ସେହି ଠାରୁ ଏହି ଷ୍ଟେପ୍‌ ସୃଷ୍ଟି ହୋଇଛି ।
ଏହି ଷ୍ଟେପ୍‌ରେ ଏଆର୍‌ ଓ ଏସ୍‌ଆର୍‌ ଏକ ହକି ଧରିଛନ୍ତି ଓ ତାହାକୁ ପଡ଼ିଆରେ ବାଡ଼ଉଛନ୍ତି । ନିଜର ହୃଦୟକୁ ଏଭଳି ଭାବେ ଚାପ ଦେଉଛନ୍ତି ଓ ଜୋରରେ କହୁଛନ୍ତି ମାଇଁ ହାର୍ଟ ବିଟ୍‌ ଫର ହକି । ମେରା ଦିଲ୍‌ ହକି କେ ଲିୟେ ଧଡ଼କ ତା ହୈ ।
ହକି ବିଶ୍ୱ କପ୍‌ର ଗୀତ ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ ଏମିତିରେ ଏକ ରୋମାଞ୍ଚ ଭରି ଦେଉଥିବା ଗୀତ ଯାହାର ସଙ୍ଗୀତ ଏ ଆର୍‌ ରେହମାନ୍‌ ସୃଷ୍ଟି କରିଥିବା ବେଳେ ମୁ୍ୟଜିକ୍‌ ଗୀତିକାର ଗୁଲଜାର ଏହାର ଗୀତ ରଚନା କରିଛନ୍ତି । ଏହି ମୁ୍ୟଜିକ୍‌ ଭିଡିଓରେ ନୂତନ ଭାରତ ଓ ପାରମ୍ପରିକ ଓ ସହରାଞ୍ଚଳ ପର୍ଯ୍ୟନ୍ତ ତୃଣମୂଳ ଭାରତକୁ ଦେଖିବାକୁ ମିଳିବ ଓ ଏହାର କେନ୍ଦ୍ରରେ ରହିବ ହକି ଓ ଟିମ୍‌ ଇଣ୍ଡିଆ । ଏହି ଗୀତ ଓ ଭିଡିଓ ଯଥାକ୍ରମେ ନଭେମ୍ବର ୨୩ ଓ ନଭେମ୍ବର ୨୫, ୨୦୧୮ରେ ଉନ୍ମୋଚିତ ହେବ ।

Loading...

LEAVE A REPLY

Please enter your comment!
Please enter your name here