ଭୁବନେଶ୍ୱର : ରେଳଯାତ୍ରାକୁ ସୁରକ୍ଷିତ କରିବାକୁ ୩୫ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦିଅ ।ଯାଇଛି । ରେଲୱେ ସୁରକ୍ଷାକୁ ନେଇ ବୁଧବାର ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଆରପିଏଫ୍ ଓ ଜିଆରପିର ସମନ୍ୱୟ ବୈଠକରେ ଏପରି ପ୍ରସ୍ତାବ ଦିଅ ।ଯାଇଛି ।
ରେଳ ଷ୍ଟେସନରେ ବ୍ୟାଗେଜ ସ୍କାନର ଓ ମେଟାଲ ଡିଟେକ୍ଟର ଲଗାଇବା ସହ ଟ୍ରେନର ବଗିରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ଦିଅ ।ଯାଇଛି । ସପ୍ତାହକ ମଧ୍ୟରେ ଲଗେଜ ସ୍କାନର କାର୍ଯ୍ୟକ୍ଷମ ହେବ ବୋଲି ବୈଠକରୁ ଜଣାଯାଇଛି ।
ବୈଠକରୁ ଜଣାଯାଇଛି ଯେ ରାଜ୍ୟରେ ଛୋଟ ବଡ଼ ମିଶାଇ ୩୦୦ ରେଳ ଷ୍ଟେସନ ରହିଛି । ତାମଧ୍ୟରୁ ମାତ୍ର ୯ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲାଗିଛି । ଦୁଇଟି ଷ୍ଟେସନରେ ବ୍ୟାଗେଜ ସ୍କାନର ରହିଛି । ଏହାଛଡା ନିଶା କାରବାର, ମାନବ ·ଲାଣ ଅ ।ଦି ଘଟଣାକୁ ରୋକିବା ପାଇଁ ଆରପିଏଫ୍ ଓ ଜିଆରପିଏଫକୁ ନେଇ ଏକ ସ୍ୱତନ୍ତ୍ର ଗ୍ରୁପ୍ କରାଯିବ । ଯାହା କଟକ ଓ ରାଉଲକେଲା ଏସପିଙ୍କ ଅଧୀନରେ ରହିବ । ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ହୋଇ ପାରିବ । ଏହା ଅପରାଧ ପ୍ରବଣ ଜୋନରେ ଟ୍ରେନ୍ ଗାର୍ଡ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି ।
ସମ୍ପୃକ୍ତ ବୈଠକରେ ରେଳବାଇର ଭିତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଆଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଏଥିସହ ରେଲୱେ ଥାନା, ଷ୍ଟାଫ୍ କ୍ୱାର୍ଟର୍ସ ଅ ।ଧୁନିକୀକରଣ ଉପରେ ମଧ୍ୟ ଅ ।ଲୋଚନା ହୋଇଥିଲା ।
ଏହି ବୈଠକରେ ଆରପିଏଫର ତିନି ଜଣ ଆଇଜି, ଜିଆରପିର ଏଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here