ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ୬୬ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ରେ ଚମକିଛନ୍ତି ଅଲିମ୍ପିଆନ୍‌ ଦୂତି ଚାନ୍ଦ । ସେ ମହିଳା ୧୦୦ ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନିର୍ଦ୍ଧାରିତ ଦୂରତ୍ୱକୁ ଦୂତି ୧୨.୧ ସେକେଣ୍ଡରେ ଅତିକ୍ରମ କରିଥିଲେ । ଦୂତି କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଛନ୍ତି । ଓଡ଼ିଶା ପୋଲିସ୍‌ର ବନିତା ଲାକ୍ରା ରୌପ୍ୟ ଏବଂ କଟକର ବିନତି ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୬ ବର୍ଷରୁ କମ୍‌ ସଟପୁଟ୍‌ରେ ଆଂଶିକା ରାଉତରାୟ ନୂଆ ମିଟ୍‌ ରେକର୍ଡ କରିଛନ୍ତି ।
ସେହିଭଳି ୧୪ ବର୍ଷରୁ ବାଳକ ୧୦୦ ମିଟରରେ ଖୋର୍ଦ୍ଧାର ମହମ୍ମଦ ରିଆନ୍‌ ବାସା, ଟ୍ରାଇଥଲନ୍‌ରେ ଭୁବନେଶ୍ୱରର ରାଜେନ୍ଦ୍ର ସିଦ୍ଧୁ, ୧୬ ବର୍ଷରୁ କମ ବାଳକ ୧୦୦ ମିଟରରେ ସୋମେଶ ସ୍ୱାଇଁ, ୮୦୦ ମିଟରରେ ସୁରେନ୍ଦ ଖାରା, ଡିସ୍‌କସ୍‌ ଥ୍ରୋ’ରେ ସମୀର କୁମାର ଲେଙ୍କା, ୧୮ ବର୍ଷରୁ କମ୍‌ ବାଳକ ୧୦୦ ମିଟରରେ ଦୀପାଂଶୁ ସେଠୀ, ୮୦୦ ମିଟରରେ ଦିଲିପ ନାୟକ, ଲଙ୍ଗଜମ୍ପରେ ଚନ୍ଦନ ବେତି ଏବଂ ଡିସ୍‌କସ୍‌ ଥ୍ରୋ’ରେ ଲାକ୍‌ଚୁମନ ଶର୍ମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦ ବର୍ଷରୁ ବାଳକ ୧୦୦ ମିଟରରେ ଶଙ୍କର ସିଂ, ୮୦୦ ମିଟରରେ ସୁଶାନ୍ତ ସେମ୍ବର, ୫୦୦୦ ମିଟରରେ ଭିନସେନ୍‌ ଜନକ, ଲଙ୍ଗଜମ୍ପରେ ଶରଣ ପ୍ରିୟସିଂ ଓ ଡିସ୍‌କସ୍‌ ଥ୍ରୋ’ରେ ଅଭିଶେକ ପଣ୍ଡା ସ୍ୱର୍ଣ୍ଣ ଜିତିଛନ୍ତି ।
୧୪ ବର୍ଷରୁ ବାଳିକା ୧୦୦ ମିଟରରେ ପ୍ରୀତିପ୍ରିୟଙ୍କା ଲାକ୍ରା, ସଟପୁଟରେ ପ୍ରାଚୀ ମହାରଣା, ଟ୍ରାଏଥଲନ୍‌ରେ ବାସନ୍ତୀ ମାଝୀ ସ୍ୱର୍ଣ୍ଣ ହାସଲ କରିଛନ୍ତି । ୧୬ ବର୍ଷରୁ କମ୍‌ ବାଳିକା ୧୦୦ ମିଟରରେ ଯମୁନା ଟୁଡୁ, ୮୦୦ ମିଟରରେ ଲକ୍ଷ୍ମୀପ୍ରିୟା କିଷାନ, ସଟପୁଟରେ ଆନସିକା ରାଉତରାୟ, ଜାଭେଲିନ୍‌ ଲିନୁପ୍ରିୟା ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟରରେ ମଧୁମିତା ଦେବ, ୮୦୦ ମିଟରରେ ବବିତା ସାନ୍ତା, ହାଇଜମ୍ପରେ ମୋନିକା କୁଜୁର, ସଟପୁଟରେ ବୁଦ୍ଧିନୀ ମାଝୀ, ଜାଭେଲିନ୍‌ରେ ଧନମତି ଜେସ୍‌ ସ୍ୱର୍ଣ୍ଣ ଜିତିଥିବା ବେଳେ ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟରରେ ମନିସା ମେରିଲ, ୮୦୦ ମିଟରରେ ଅର୍ଚ୍ଚନା ଜେନା, ୫୦୦୦ ମିଟରରେ ଶେ୍ୱତା କୁଜୁର, ଲଙ୍ଗଜମ୍ପରେ ମନିଷା ମେରେଲ, ହାଇଜମ୍ପରେ ପ୍ରିୟଙ୍କା ଟୋେªା, ସଟପୁଟ୍‌ରେ ପ୍ରିୟଙ୍କା ଟୋେªା, ଜାଭେଲିନ୍‌ରେ ପ୍ରିୟଙ୍କା ଟୋେªା ସ୍ୱର୍ଣ୍ଣ ହାସଲ କରିଛନ୍ତି ।
ପୁରୁଷ ୧୦୦ ମିଟରରେ ବିରୁପାକ୍ଷ ଦିଗଲ, ୮୦୦ ମିଟରରେ ଦେବାଶିଷ ପଟ୍ଟନାୟକ, ୫୦୦୦ ମିଟରରେ କୈଳାସ କୁମ୍ଭାର, ଲଙ୍ଗଜମ୍ପରେ ଆଶିଷ ପାତ୍ର ଏବଂ ଡିସ୍‌କସ୍‌ରେ ହରି ବେହେରା ସ୍ୱର୍ଣ୍ଣ ପଦକ ପକେଟସ୍ଥ କରିଛନ୍ତି । ସେହିଭଳି ମହିଳା ବର୍ଗର ୮୦୦ ମିଟର ଦୌଡ଼ରେ ନମିତା ପ୍ରଧାନ ସ୍ୱର୍ଣ୍ଣ, ଜୟନ୍ତୀ ବେହେରା ରୌପ୍ୟ ଓ ପ୍ରମିତା ଟୋପୋ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦୦୦ ମିଟରରେ ସାମସଦ ଆରା ବେଗମ୍‌, ଲଙ୍ଗଜମ୍ପରେ ସୁରସ୍ମିତା ବାଗର, ହାଇଜମ୍ପରେ ମୋନାଲିସା ବିସି, ସଟପୁଟ୍‌ରେ ସଲିମା କିସ୍‌ପୋଟା ଏବଂ ଜାଭେଲିନ୍‌ରେ ସ୍ୱାଗତିକା ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଉଦ୍‌ଘାଟନୀ ଉସିବରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଥଲେଟିକ୍‌ ସମ୍ପାଦକ ଆଶୀର୍ବାଦ ବେହେରା, ଅଶୋକ ସାହୁ, ରବି ନାୟକ, ବିଭୂତି ପଣ୍ଡା, ଦୁର୍ଗା ମାଧବ ନାୟକ ପ୍ରମୁଖ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ୧୫୦୦ ଅଥଲେଟ୍‌ ଓ ୨୦୦ ଟେକ୍ନିକାଲ ଅଫିସିଆଲ ଯୋଗାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here