ଭୁୁବନେଶ୍ୱର : ଓଡ଼ିଶାରେ ଧର୍ତବ୍ୟ ଅପରାଧ ବୃଦ୍ଧିପାଇବାରେ ଲାଗିଛି । ହତ୍ୟା, ଯୋ÷ନ ଉତ୍ପୀଡନ, ନାରୀ ନିର୍ଯାତନା, ଲୁଟ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନିଦା ବିଷ୍ଣୁ ପାଲଟିଛନ୍ତି । ଦିନ ଦ୍ୱିପ୍ରହରରେ ସଂଗୀନ ଅପରାଧ ଘଟୁଥିବାବେଳେ ତାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି ଯେ ରାଜ୍ୟରେ ଅପରାଧ ସଂଖ୍ୟା ବୃଦ୍ଧିପାଉଥିଲେ ମଧ୍ୟ ସବୁତକ ପୋଲିସ ରେକର୍ଡରେ ସ୍ଥାନ ପାଉନାହିଁ । ୨୦୧୩ରେ ଓଡ଼ିଶାରେ ପଞ୍ଜିକୃତ ଅପରାଧ ସଂଖ୍ୟା ୭୧,୭୧୮ ଥିବାବେଳେ ୨୦୧୮ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ଅପରାଧ ସଂଖ୍ୟା ୭୯,୯୯୮କୁ ବୃଦ୍ଧିପାଇଛି । ତାହା ପୂର୍ବରୁ ୨୦୧୭ ସେପ୍ଟେମ୍ବର ସୁଦ୍ଧା ପଞ୍ଜିକୃତ ମୋଟ ଅପରାଧ ସଂଖ୍ୟା ୭୭,୫୯୬ ରହିଥିଲା । ଏଥିରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଛି ।୨୦୦୧ରେ ସର୍ବଭାରତୀୟ ସ୍ତରରେ ମୋଟ ଅପରାଧ ରେକର୍ଡରେ ଓଡ଼ିଶାର ସ୍ଥାନ ୧୩, ହତ୍ୟାରେ ୧୪, ବଳାକ୍ରାରରେ ୯ମ, ଲୁଟରେ ୬ଷ୍ଠ, ଚୋରୀରେ ୧୩, ଅପହରଣରେ ୧୪ ଏବଂ ଦଙ୍ଗାରେ ୧୪ ସ୍ଥାନରେ ରହିଥିଲା । ୨୦୧୧ରେ ଓଡ଼ିଶା ମୋଟ ଅପରାଧ କ୍ଷେତ୍ରରେ ଦେଶରେ ୧୩, ହତ୍ୟାରେ ୧୦, ବଳାକ୍ରାରରେ ୯, ଲୁଟରେ ୬ଷ୍ଠ, ଚୋରିରେ ୧୩, ଅପହରଣରେ ୧୩ ଓ ଦଙ୍ଗାରେ ୧୩ ସ୍ଥାନରେ ରହିଥିଲା । ୨୦୧୩ରେ ମୋଟ ଅପରାଧରେ ଓଡ଼ିଶା ସମଗ୍ର ଦେଶରେ ୧୫ ସ୍ଥାନରେ ଥିବାବେଳେ ବଳାକ୍ରାରରେ ୬ଷ୍ଠ, ଲୁଟରେ ୬ଷ୍ଠ, ଡକାୟତିରେ ୪ର୍ଥ, ଅପହରଣ ଓ ଦଙ୍ଗାରେ ୧୧ତମ ସ୍ଥାନ ଅଧିକାର କରିଥିଲା । ରାଜ୍ୟରେ ୨୦୦୧ରେ ୭୯୦ଟି ବଳାକ୍ରାର ଓ ୯୮୭ ହତ୍ୟା ଅପରାଧ ଘଟିଥିବାବେଳେ ୨୦୦୬ରେ ୯୮୫ ବଳାକ୍ରାର ଏବଂ ୧୧୫୯ ହତ୍ୟା ଅପରାଧ ଘଟିଥିଲା । ୨୦୧୧ରେ ବଳାକ୍ରାର ଘଟଣା ୧୧୧୨ ଏବଂ ହତ୍ୟା ୧୪୭୭କୁ ବୃଦ୍ଧିପାଇଥିଲା । ସେହିଭଳି ୨୦୧୧ରେ ଚୋରି ମାମଲା ପୂର୍ବବର୍ଷ ତୁଳନାରେ ୧୪.୬% ବୃଦ୍ଧିପାଇ ୮୭୨୪ରେ ପହଂଚିଥିଲା । ସବୁଠାରୁ ଚିନ୍ତାର ବିଷୟ ଯେ, ୨୦୧୫ରେ ରାଜ୍ୟରେ ବଳାକ୍ରାର ଅପରାଧ ୨୨୫୧କୁ ବୃଦ୍ଧି ପାଇଥିଲା । ଏହା ପୂର୍ବବର୍ଷ ତୁଳନାରେ ୨୭୩ ଅଧିକ । ଏଥିରୁ ମହିଳାଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ନେଇ ଯେଉଁ ଡିଣ୍ଡିମ ପିଟୁଥିଲେ ତାହା ସଂପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଛି । ତାହାସହିତ ରାଜ୍ୟରେ ଏହି ସମୟରେ ଏସିଡ ଆକ୍ରମଣ ଏବଂ ଯୋ÷ତୁକ ନିର୍ଯାତନା ଘଟଣା ଘଟିଥିବା ମଧ୍ୟ ପଞ୍ଜିକୃତ ହୋଇଛି ।
ନିକଟରେ ବିଧାନସଭାରେ ଖୋଦ ମୁଖ୍ୟମନ୍ତ୍ରୀ ଏକ ପ୍ରଶ୍ନର ଉତର ଦେଇ ରାଜ୍ୟରେ ୨୦୧୮ ସେପ୍ଟେମ୍ବର ୭୯,୯୯୮ ଅପରାଧ ଘଟଣା ପଞ୍ଜିକୃତ ହୋଇଥିବା କହିଛନ୍ତି । ଏଥିରୁ ରାଜ୍ୟରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା ଏବଂ ପୋଲିସର ପାରିବାରପଣିଆ ସ୍ପଷ୍ଟ ହୋଇଯାଇଥିବା ନିରଞ୍ଜନ କହିଛନ୍ତି । ଏଥିସହିତ ସେ କହିଛନ୍ତି, ପୋଲିସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଠିକାରେ ନିଯୁକ୍ତି ଦିଆଯାଉଛି । ରାଜ୍ୟ ପୋଲିସ ବିଭାଗରେ ମୋଟ ୭୮୮୩ ଜଣ ଠିକାରେ କାମ କରୁଛନ୍ତି । ଏଥିରୁ ପୋଲିସ ବିଭାଗ କେତେ କାର୍ଯ୍ୟଦକ୍ଷ ତାହା ଜଣାଯାଉଥିବା ପିସିସି ସଭାପତି କହିଛନ୍ତି । ରାଜ୍ୟରେ ଅପରାଧ ଘଟଣା ବୃଦ୍ଧି ଏବଂ ତାହାକୁ ରୋକିବାରେ ପୋଲିସ ବାହିନୀର ବିଫଳତା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here