ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଇଲେକେଫାରାଲ ବଣ୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ସମସ୍ତ ରାଜନୈତିକ ଦଳ କେଉଁଠାରୁ ଚାନ୍ଦା ଆଣୁଛନ୍ତି ତାହା କହିବା ପାଇଁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ସମସ୍ତ ରାଜନୈତିକ ଦଳକୁ ମାର୍ଚ୍ଚ ୧୫ ମଧ୍ୟରେ ମିଳିଥିବା ଇଲେକେଫାରାଲ ବଣ୍ଡର ତଥ୍ୟ ମେ ୩୦ ମଧ୍ୟରେ ବନ୍ଦ ଲଫାପାରେ ପ୍ରଦାନ କରିବା ପାଇଁ କହିଛନ୍ତି । କୋର୍ଟ ନିଜ ନିଷ୍ପତିରେ ର୍ନିବାଚନୀ ବଣ୍ଡ ଉପରେ କୌଣସୀ ରୋକ ଲଗାଇ ନାହାନ୍ତି । ଯାହା ସରକାରଙ୍କ ପାଇଁ ଆଶ୍ୱସ୍ତୀ ଆଣିଛି । ଏନେଇ ବିସ୍ତୃତ ଶୁଣାଣିର ବଣ୍ଡ ନେଇ ଯାଚିକା ଦାଖଲ କରିଥିଲେ । ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ନିର୍ବାଚନ ସମୟରେ କୌଣସି ନିଷ୍ପତ୍ତି ନ ନେବାକୁ କହିଥିଲେ । କୋର୍ଟ ଏହି ମାମଲାରେ ଦଖଲ ଦେବାକୁ ମଧ୍ୟ କେନ୍ଦ୍ର ସରକାରଅନୁଚିତ ବୋଲି କହିଥିଲେ । ନିର୍ବାଚନ ସରିବା ପରେ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାକୁ ସରକାର ପ୍ରସ୍ତାବ ଦେଇଥିଲେ । ନିର୍ବାଚନୀ ବଣ୍ଡ୍‌ ଯୋଜନା ଇଲେକେଫାରାଲ ବଣ୍ଡ୍‌ ସ୍କିମ ନାମରେ ପରିଚିତ । ଏହି ବଣ୍ଡ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କିଛି ବଛାବଛା ଶାଖାରେ ମିଳିବ । ଯେଉଁ ୨୯ଟି ଶାଖାରୁ ଏହି ବଣ୍ଡ କିଣାଯିବ, ସେହି ସହର ମଧ୍ୟରେ ନୂଆଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ, ବାଙ୍ଗାଲୋର, ଭୋପାଳ, ମୁମ୍ବାଇ, ଜୟପୁର, ଚେନ୍ନାଇ ଆଦି ସାମିଲ ରହିଛନ୍ତି । ଏହି ବଣ୍ଡ ଏକ ହଜାର, ଦଶ ହଜାର, ଏକ ଲକ୍ଷ ଏବଂ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ସରକାର ଏବଂ ଆରବିଆଇ ଏହି ବଣ୍ଡ୍‌ ଜାରି କରିଥାନ୍ତି । ଚାନ୍ଦା ଦେଉଥିବା ବ୍ୟାଙ୍କରୁ ବଣ୍ଡ୍‌ କ୍ରୟ କରାଯାଇ କୌଣସୀ ଦଳକୁ ପ୍ରଦାନ କରାଯାଇ ପାରିବ । ଏହାପରେ ରାଜନୈତିକ ଦଳ ନିଜ ଖାତାରେ ବଣ୍ଡକୁ ଦାଖଲ କରିବେ । ବଣ୍ଡରୁ ଏହାର ପ୍ରଦାନକାରୀ ବିଷୟରେ ସୂଚନା ଜଣାପଡିବ ନାହିଁ । ଆବଶ୍ୟକତା ଥିବା କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here