ରାଞ୍ଚି: ରଣଜୀ ଟ୍ରଫି ଏଲିଟ୍‌ ପୁଲ ସି’ ଘରୋଇ ଝାଡଖଣ୍ଡ ଏବଂ ଓଡ଼ିଶା ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି । ଝାଡଖଣ୍ଡ ୧୭୨ ଓ ୨୮୮ରନ୍‌ କରି ଓଡ଼ିଶା ସମ୍ମୁ୍‌ଖରେ ୨୬୦ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଓଡ଼ିଶା ପ୍ରଥମ ଇନିଂସରେ ୨୦୧ରନ୍‌ କରି ଅଗ୍ରଣୀ ହାସଲ କରିଥିଲା । ତେବେ ତୃତୀୟ ଦିବସ ଷ୍ଟାମ୍ପ ଅପସାରଣ ବେଳକୁ ଓଡ଼ିଶା ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୨୬ ଓଭରରେ ୩ ୱିକେଟ୍‌ ହରାଇ ୮୧ରନ୍‌ କରିଛି । ବିଜୟଲକ୍ଷ୍ୟଠାରୁ ଓଡ଼ିଶା ୧୭୯ରନ୍‌ ପଛରେ ଥିବା ବେଳେ ହାତରେ ୭ ୱିକେଟ୍‌ ସୁରକ୍ଷିତ ରହିଛି । ଶୁଭ୍ରାଂସୁ ସେନାପତି ୨୦ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୦ରନ୍‌ କରି ଅପରାଜିତ ଅଛନ୍ତି । ଓପନର ଅନୁରାଗ ଷଡଙ୍ଗୀ ୪୧ରନ୍‌, ଗୋବିନ୍ଦ ପୋଦ୍ଦାର ୭ରନ୍‌ ଓ ରାଜେଶ ଧୂପର ରନ୍‌ କରି ପାଭିଲିୟନ ଫେରିଛନ୍ତି । ଏହି ମ୍ୟାଚ୍‌ ଜିତିପାରିଲେ ଓଡ଼ିଶା ଚଳିତ ରଣଜୀ ସିଜନରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିବ। ପୂର୍ବରୁ ଡ୍ରିମ୍ସରେ ତ୍ରିପୁରାକୁ ଏବଂ ଗୌହ୍ୱାଟୀରେ ଆସାମକୁ ହରାଇ ପୂର୍ଣ୍ଣ ସଂଖ୍ୟକ ପଏଣ୍ଟ ହାସଲ କରିଥିଲା ଓଡ଼ିଶା ।
ତୃତୀୟ ଦିନ ଅସମାପ୍ତ ଦ୍ୱିତୀୟ ଇନିଂସ୍‌ ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ଝାଡଖଣ୍ଡ । ଦଳୀୟ ସ୍କୋରକୁ ୨୮୮ରନ୍‌ରେ ପହଞ୍ଚାଇବାକୁ ସମର୍ଥ ହୋଇଥିଲେ ଝାଡଖଣ୍ଡ ତାରକା । ସୌରଭ ତିୱାରୀ ୧୩୨ରନ୍‌ର ଅପରାଜିତ ଇନିଂସ୍‌ ଖେଳି ଦଳର ସଙ୍କଟମୋଚକ ସାଜିଥିଲେ । ଇଶାଙ୍କ ଜାଗୀ ୩୫ରନ୍‌, ସୁମିତ କୁମାର ୧୩, ଏ ରାୟ ୨୦, ଶୁକ୍ଳା ୩, ବରୁଣ ଆରୋନ୍‌ ୧୧ରନ୍‌, ପ୍ରସାଦ ୫ରନ୍‌ ଓ ଆଶିଷ କୁମାର ୬ରନ୍‌ କରିଥିଲେ । ବସନ୍ତ ମହାନ୍ତି ୩ଟି, ରାଜେଶ ମହାନ୍ତି ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଧୀରଜ ସିଂ ୨ଟି କରି ୱିକେଟ୍‌ ସଫଳତା ପାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here