ରାଞ୍ଚି: ରଣଜୀ ଟ୍ରଫି ଏଲିଟ୍‌ ପୁଲ ସି’ର ଝାଡଖଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ଇନିଂସ୍‌ ଅଗ୍ରଣୀ ହାସଲ କରିଛି । ପ୍ରଥମ ପାଳିରେ ଝାଡଖଣ୍ଡ ୧୭୨ରନ୍‌ କରିଥିବା ବେଳେ ଓଡ଼ିଶା ୨୦୧ରନ୍‌ କରି ୨୯ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଦିବସ ଷ୍ଟାମ୍ପ ଅପସାରଣ ବେଳକୁ ଝାଡଖଣ୍ଡ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୪୧ ଓଭରରେ ୧୦୭/୩ ରନ୍‌ କରିଛି । ଏଥିସହ ଝାଡଖଣ୍ଡ ୭୮ ରନର ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ ୭ ୱିକେଟ୍‌ ସୁରକ୍ଷିତ ରହିଛି । ଇଶାଙ୍କ ଜାଗୀ ୨୯ ରନ୍‌ ଓ ସୌରଭ ତିୱାରୀ ୨୨ରନ୍‌ କରି ଅପରାଜିତ ଅଛନ୍ତି । ଓଡ଼ିଶାର ରାଜେଶ ମହାନ୍ତି ୨ଟି ଓ ଧିରଜ ସିଂ ଗୋଟିଏ ୱିକେଟ୍‌ ସଫଳତା ହାସଲ କରିଛନ୍ତି ।
ଓଡ଼ିଶା ଦ୍ୱିତୀୟ ଦିନ ୨୭/୩ରୁ ଅସମାପ୍ତ ଇନିଂସ୍‌ ଆରମ୍ଭ କରିଥିଲା । ଅପରାଜିତ ଥିବା ଅନୁରାଗ ଷଡଙ୍ଗୀ ୫୮ରନ୍‌ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୨୩ରନ୍‌ କରି ଆଉଟ୍‌ ହୋଇଥିଲେ । ଅଭିଶେକ ରାଉତ ୩୭ ରନ୍‌ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୫୪ରନ୍‌ ଓ ରାଜେଶ ମହାନ୍ତି ୨ ରନ୍‌ କରିଥିଲେ । ବୋଲିଂରେ ଝାଡଖଣ୍ଡର ରାଏ, ପ୍ରସାଦ, ବରୁଣ ଆରୋନ ଓ ଶୁକ୍ଳା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଓଡ଼ିଶା ୫୫.୪ ଓଭରରେ ୨୦୧ରନ୍‌ କରି ଅଲଆଉଟ୍‌ ହେବାପରେ ଝାଡଖଣ୍ଡ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ଓପନର କେ ଦେବବ୍ରତ ୩୭ରନ୍‌, ଅଧିନାୟକ ନାଜିମ୍‌ ସିଦ୍ଦିକ୍‌ ୧୬ରନ୍‌ କରିଥିଲେ । ଉକର୍ଷ ସିଂ ୩ରନ୍‌ କରି ପାଭିଲିୟନ ଫେରିଥିବା ବେଳେ ବାମ ହାତି ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ସୌରଭ ତିୱାରୀ ୨୨ରନ୍‌ ଓ ଇଶାଙ୍କ ଜାଗୀ ୨୯ରନ୍‌ କରି ଅପରାଜିତ ଥିଲେ । ବୋଲିଂରେ ରାଜେଶ ମହାନ୍ତିି ୨ଟି ଓ ଧୀରଜ ସିଂ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here