ଭୁବନେଶ୍ୱର: ଆଗାମୀ ୨୮ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡିଆରେ ଘରୋଇ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫି ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । କିଟ୍‌ ପଡ଼ିଆରେ ଦୁଇଟି ଘରୋଇ ମ୍ୟାଚ ଖେଳି ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇଥିବା ଓଡ଼ିଶା ଗୌହାଟୀରେ ଆସାମକୁ ହରାଇ ସିଜନ୍‌ର ପ୍ରଥମ ବିଜୟ ପାଇଥିଲା । ଏଦୃଷ୍ଟିରୁ ଡ୍ରିମ୍ସରେ ଘରୋଇ ଦଳର ପଲ୍ଲାଭାରି ରହିବ ବୋଲି ଆଶା କରାଯାଉଛି । ରବିବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି । ପୂର୍ବପରି ବିପ୍ଳବ ସାମନ୍ତରାୟ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ନବାଗତ ଦ୍ରୁତ ବୋଲର ରାଜେଶ ମହାନ୍ତି ଅଭିଜ୍ଞ ବସନ୍ତଙ୍କ ସହ ବୋଲିଂ ବିଭାଗ ସମ୍ଭାଳିବେ । ଆସାମ ବିପକ୍ଷ ମ୍ୟାଚ୍‌ରେ ରାଜେଶ ଦୁଇଟି ଇନିଂସ୍‌ରୁ ୧୧ ୱିକେଟ ଅକ୍ତିଆର କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଦୃଷ୍ଟିରୁ ଡ୍ରିମ୍ସରେ ଘରୋଇ ଦଳ ପାଇଁ ବାତାବରଣ ଅନୁକୂଲ୍ୟ ରହିବ ବୋଲି ଆଶା କରାଯାଉଛି ।
ଓଡ଼ିଶା ଦଳ: ଅନୁରାଗ ଷଡଙ୍ଗୀ, ରଞ୍ଜିତ ସିଂ, ରାଜେଶ ଧୂପର, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ଧିରଜ ସିଂ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଶେକ ରାଉତ ଓ ପପୁ ରାୟ ।

Loading...

LEAVE A REPLY

Please enter your comment!
Please enter your name here