nalco

ଭୁବନେଶ୍ୱର: ଆଗାମୀ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବିକାଶ ଆବାଶିକ ବିଦ୍ୟାଳୟ ପଡ଼ିଆରେ ରଣଜୀ ଟ୍ରଫି ନବମ ପର୍ଯ୍ୟାୟ ମ୍ୟାଚ ଘରୋଇ ଓଡ଼ିଶା ଓ ଗୋଆ ମଧ୍ୟରେ ଖେଳାଯିବ । ଏଥି ନିମନ୍ତେ ଶୁକ୍ରବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି । ଚଳିତ ସିଜନ୍‌ରେ ଓଡ଼ିଶା ପାଇଁ ଏହା ଶେଷ ଲିଗ୍‌ ମ୍ୟାଚ୍‌ ହୋଇଥିବାରୁ ବଡ଼ ଧରଣର ଅଦଳବଦଳ ହୋଇଛି । ବିପ୍ଳବ ସାମନ୍ତରାୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଅଧିନାୟକ ପଦ ହରାଇଛନ୍ତି । ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଏହି ମ୍ୟାଚ୍‌ ନିମନ୍ତେ ଅଧିନାୟକ ଏବଂ ଅନୁରାଗ ଷଡ଼ଙ୍ଗୀଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି । ଅଭିଜ୍ଞ ଗୋବିନ୍ଦ ପୋଦ୍ଦାରଙ୍କୁ ଦଳରୁ ବାଦ ଦିଆଯାଇଥିବା ବେଳେ ଦେବବ୍ରତ ପ୍ରଧାନ ଦଳକୁ ଫେରିଛନ୍ତି ।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ବିପ୍ଳବ ସାମନ୍ତରାୟ, ଅଭିଶେକ ରାଉତ, ସୁଜିତ ଲେଙ୍କା, ଧିରଜ ସିଂ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ରଞ୍ଜିତ ସିଂ, ଦେବବ୍ରତ ପ୍ରଧାନ, ଶୁଭମ ନାୟକ, ସନ୍ଦୀପ ପଟ୍ଟନାୟକ, ସାନ୍ତନୁ ମିଶ୍ର ।

LEAVE A REPLY

Please enter your comment!
Please enter your name here