ଭୁବନେଶ୍ୱର: ବିକାଶ ଆବାସିକ ବିଦ୍ୟାଳୟ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି ଶେଷ ପର୍ଯ୍ୟାୟ ମ୍ୟାଚ୍‌ ଓଡ଼ିଶା ଓ ଗୋଆ ମଧ୍ୟରେ ଆରମ୍ଭ ହୋଇଛି । ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଓପନର ସନ୍ଦୀପ ପଟ୍ଟନାୟକଙ୍କ ଶତକ(୧୦୦) ବଳରେ ୯୦ ଓଭରରେ ୨୨୯/୭ ରନ୍‌ କରିଛି । ଅଭିଷେକ ରାଉତ ୧୩ରନ୍‌ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨୧୧ରନ୍‌ କରି ଅପରାଜିତ ଅଛନ୍ତି ।
ଗୋଆ ଟସ୍‌ ଜିତି ପ୍ରଥମେ ଫିଲïିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନୂଆ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ପଡିଆକୁ ଓହ୍ଲାଇଥିଲା । ସନ୍ଦୀପ ଓ ଅନୁରାଗ ଷଡଙ୍ଗୀ ପାଳି ଆରମ୍ଭ କରିଥିଲେ । ପୂର୍ବ ମ୍ୟାଚ୍‌ ଗୁଡିକ ଭଳି ଅନୁରାଗ(୨ରନ୍‌) ମ୍ୟାଚର ୮.୧ ଓଭରରେ ବେଳେ ପାଭିଲିୟନ ଫେରିଥିଲେ । କି;ୁ ସନ୍ଦୀପ ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । ଦେବାଶିଷ ସାମନ୍ତରାୟ ୧୧ରନ୍‌ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ୪ରନ୍‌ କରି ଆଉଟ୍‌ ହୋଇଥିଲେ । ଫଳରେ ଓଡ଼ିଶା ୨୫.୧ ଓଭର ବେଳେ ୩ ୱିକେଟ୍‌ ହରାଇ ୫୩ରନ୍‌ କରିଥିଲା । ଏହାପରେ ଅଲରାଉଣ୍ଡର ଶାନ୍ତନୁ ମିଶ୍ର ୫୯ରନ୍‌ର ଜମାଣିଆ ଇନିଂସ ଖେଳି ବିପର୍ଯ୍ୟୟ ସ୍ଥିତି ସୁଧାରିଥିଲେ । ସନ୍ଦୀପ ୧୯୪ ବଲରୁ ୧୦ ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ପୂରଣ କରି ଗର୍ଗଙ୍କ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୭ରନ୍‌, ସୁଜିତ ଲେଙ୍କା ୫ ରନ କରି ପାଭିଲିୟନ ଫେରିଥିବା ବେଳେ ଅଭିଶେକ ରାଉତ ୧୩ ଓ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୨୧ ରନ କରି ଅପରାଜିତ ଅଛନ୍ତି । ବୋଲିଂରେ ଗୋଆର କ୍ରିଷ୍ଣା ଦାସ, ଲକ୍ଷ୍ୟ ଗର୍ଗ ଓ ଅମୋଘ ସୁନୀଲ ଦେଶାଇ ପ୍ରତ୍ୟେକ ୨ଟି ଲେଖାଏ ଏବଂ ଦର୍ଶନ ମିଶାଲ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here