ଭୁବନେଶ୍ୱର: ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ର ଅଷ୍ଟମ ପର୍ଯ୍ୟାୟ ମ୍ୟାଚ୍‌ ଓଡ଼ିଶା ଓ ସର୍ଭିସେସ୍‌ ମଧ୍ୟରେ ଆରମ୍ଭ ହୋଇଛି । ପ୍ରଥମ ଦିନ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ୧୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଷ୍ଟମ୍ପଅପସାରଣ ବେଳକୁ ସର୍ଭିସେସ୍‌ ୧ ଓଭରରେ ୨ ରନ୍‌ କରିଛି । ଟସ୍‌ ଜିତି ଅଧିନାୟକ ବିପ୍ଳବ ସାମନ୍ତରାୟ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସର୍ଭିସେସ୍‌ର ଶାଣୀତ ବୋଲିଂ ଆଗରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଫିMା ପଡ଼ିଯାଇଥିଲା । ଅନୁରାଗ ଷଡଙ୍ଗୀ ଓ ସାନ୍ତନୁ ମିଶ୍ର ପାଳି ଆରମ୍ଭ କରିଥିଲେ । ଅନୁରାଗ ୧୪ ବଲର ସମ୍ମୁଖୀନ ହୋଇ ଖାତା ଖୋଲିପାରିନଥିଲେ । ସେହିଭଳି ସାନ୍ତନୁ ୭ ରନ୍‌ କରି ପାଭିଲିୟନ୍‌ ଫେରିବାରୁ ସ୍ଥିତି ବିଗିଡି ଯାଇଥିଲା । ପରେ ପରେ ଦେବାଶିଷ ସାମନ୍ତରାୟ ୨୬ ରନ୍‌ କରି ରନ୍‌ଆଉଟ୍‌ ହେବା ଓ ଶୁଭ୍ରାଂଶୁ ସେନାପତି ୩ ତଥା ଗୋବିନ୍ଦ ପୋଦ୍ଦାର ୬ ରନ୍‌ କରି ପାଭିଲିୟନ୍‌ ଫେରିବାରୁ ଓଡ଼ିଶା ସାଙ୍ଘାତିକ ଭାବେ ଫସି ଯାଇଥିଲା । ଅଧିନାୟକ ବିପ୍ଳବ ୪୧ ଓ ଅଭିଶେକ ରାଉତ ୫୬ ରନ୍‌ କରି ଦଳୀୟ ସ୍କୋରକୁ ୧୫୦ ରନ୍‌ ଅତିକ୍ରମ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପି ରୋସନ କୁମାର ରାଓ ୯, ସୂର୍ଯ୍ୟକାନ୍ତ ପ୍ରଧାନ ୦, ବସନ୍ତ ମହାନ୍ତି ୭ ଓ ରାଜେଶ ମହାନ୍ତି ଅପରାଜିତ ୪ ରନ୍‌ କରିଥିଲେ । ବୋଲିଂରେ ସର୍ଭିସେସ୍‌ର ଅରୁଣ ବମାଲା ସର୍ବାଧିକ ୪ଟି, ଦ୍ୱିେୱସ ପଠାଣିଆ ଓ ସଚ୍ଚିଦାନନ୍ଦ ପାଣ୍ଡେ ଦୁଇଟି ଲେଖାଏଁ ତଥା ନବୀନ ସିଂ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here