nalco

ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ପ୍ଲେଟ୍‌ ଗ୍ରୁପ ମ୍ୟାଚ୍‌ ସିକିମ୍‌ ଓ ମେଘାଳୟ ମଧ୍ୟରେ ଡ୍ର ରହିଛି । ପ୍ରଥମ ପାଳିରେ ସିକିମ ୨୧୯ରନ୍‌ କରିଥିବା ବେଳେ ମେଘାଳୟ ୮୨୬/୮ରନର ବିଶାଳ ସ୍କୋର କରିଥିଲା । ଚତୁର୍ଥ ଦିବସ ଖେଳ ଶେଷ ହେବା ବେଳକୁ ସିକିମ ଦ୍ୱିତୀୟ ଇନିଂସରେ ୩୦୪/୪ ରନ୍‌ କରିଥିଲା । ମିଲିନ୍ଦ କୁମାର ଅପରାଜିତ ୧୨୭ରନ୍‌ କରି ଦଳର ପରାଜୟ ଟାଳିବାରେ ସମର୍ଥ ହୋଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଅଧିନାୟକ ଲାମିଚାନେ ୭୦ରନ୍‌ ଓ ଥାªା ୪୩ରନ୍‌ କରିଥିଲେ । ମେଘାଳୟକୁ ୩ ପଏଣ୍ଟ ଏବଂ ସିକିମ୍‌ ଗୋଟିଏ ପଏଣ୍ଟ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here