ଭୁବନେଶ୍ୱର : ହକି ବିଶ୍ୱକପ୍‌ ୧୪ତମ ସଂସ୍କରଣରେ ଜମାଣିଆ ପ୍ରଦର୍ଶନ ସହ ଡେବୁ୍ୟ କରିଛି ଚୀନ । ଏସିଆ ମହାଦେଶର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପଡୋଶୀ ଚୀନ୍‌ର ବିଶ୍ୱକପ ପଦାର୍ପଣ ହୃଦୟସ୍ପର୍ଶୀ ଥିଲା । ବିଶ୍ୱର ନଂ.୭ ଦଳ ଇଂଲଣ୍ଡ ସହ ନଂ.୧୭ ସ୍ଥାନରେ ଥିବା ଚୀନ୍‌ ଅପ୍ରତ୍ୟାସିତ ଭାବେ ମ୍ୟାଚ ଡ୍ର’ ରଖି ପଏଣ୍ଟ ଭାଗ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉଭୟ ଚୀନ୍‌ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି । ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚୀନ୍‌ର ଡୁ ତଲାକେ’ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଦୁଇ ଦଳର ଲାଇନ୍‌ଅପ୍‌ ବେଳେ ପୂର୍ବତନ ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରି ଉସିାହିତ କରିଥିଲେ ।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରର ପଞ୍ଚମ ମିନିଟ୍‌ରେ ଚୀନ୍‌ର ତାରକା ମିଡ଼ଫିଲïର ଗୁଓ ଜିଆଓପିଙ୍ଗ ଇଂଲଣ୍ଡ ଡିଫେଣ୍ଡର ଓ ଗୋଲ୍‌କିପରଙ୍କୁ ଚକମା ଦେଇ ଜମାଣିଆ ଫିଲï ଗୋଲ୍‌ କରିଥିଲେ । ଏହି ଗୋଲ୍‌ ସହ ମ୍ୟାଚ୍‌ର ମାହୋଲ ବଦଳିଯାଇଥିଲା । ଘରୋଇ ଦର୍ଶକ ପଡୋଶୀ ଚୀନ୍‌ ଖେଳାଳିଙ୍କୁ ଭରପୁର ସମର୍ଥନ ଦେଇଥିଲେ । ୧୪ତମ ମିନିଟ୍‌ରେ ଗୋଲ୍‌ ସନ୍ଧାନରେ ଥିବା ଇଂଲଣ୍ଡ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ମାର୍କ ଗ୍ଲେଗ୍‌ହର୍ଣ୍ଣ ପେନାଲଫିକୁ ଗୋଲ୍‌ରେ ପରିଣତ କରିଥିଲେ । ଫଳରେ ମ୍ୟାଚ୍‌ ୧-୧ ସ୍ଥିତିକୁ ଆସିଥିଲା । ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଉଭୟ ପକ୍ଷରୁ ଆକ୍ରମଣ ଧୀମା ପଡ଼ିଯାଇଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଦୁଇ ଦଳ ମ୍ୟାଚ୍‌ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ୪୮ତମ ମିନିଟ୍‌ରେ ଅନ୍‌ସେଲ ଲିଆମ୍‌ ଫିଲï ଗୋଲ୍‌ ଦେଇଥିବା ବେଳେ ୫୯ତମ ମିନିଟ୍‌ରେ ଚୀନ୍‌ର ଡି ତାଲାକେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଇଂଲଣ୍ଡର ବିଜୟଆଶାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here