ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଥିରୁ ବିଜେପିର ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନୀଙ୍କ ଡିଗ୍ରୀ ଉପରେ ଚାଲିଥିବା ବିବାଦରେ କଂଗ୍ରେସ ପକ୍ଷରୁ ବୟାନ ଦିଆଯିବା ପରେ ଏବେ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ କଂଗ୍ରେସ ମୋତେ ଯେତେ ଅପମାନିତ କରିଲେ ମଧ୍ୟ ମୋତେ ଅଟକାଇ ପାରିବନି । ସେ କହିଛନ୍ତି ଯେ ମୋ ଉପରେ ଆକ୍ରମଣ କରିବା ତାଙ୍କ ଅଧିକାର, କଂଗ୍ରେସର ଚେଲା-ଚାମୁଣ୍ଡାମାନେ ଯାହା ବି କର;ୁ, କି;ୁ ମୋତେ ଅଟକାଇ ପାରିବେନି । ସ୍ମୃତି ଇରାନୀ କହିଛନ୍ତ, ସେମାନେ ଯେତେ ମୋତେ ଅପମାନିତ କରିବେ, ମୋତେ ସେତିକି ଅଧିକ ଶକ୍ତି ମିଳିବ ଏବଂ ମୁଁ ତାଙ୍କ ସହ ଲଢିପାରିବି । ମୁଁ କଂଗ୍ରେସର ନାମଦାରଙ୍କ ବିରୋଧରେ ର୍ନିବାଚନ ଲଢୁଛି ଏଥିପାଇଁ ସେମାନ ଏହାକୁ ସହି ପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here