ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେସ୍‌ ରାହୁଲ ‘କଫି ୱିଥ୍‌ କରନ୍‌’ ଶୋ’ରେ ଅରୁଚିକର ମନ୍ତବ୍ୟ ଦେବାକୁ ନେଇ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆମେ ଭାରତୀୟ କ୍ରିକେଟ୍‌ ଟିମ୍‌ ଏବଂ ଦାୟିତ୍ୱପୂର୍ଣ୍ଣ କ୍ରିକେଟର ହିସାବରେ ଏଭଳି ମନ୍ତବ୍ୟକୁ କେବେ ମଧ୍ୟ ସମର୍ଥନ ଦେବୁନି । ସେ ସବୁ ହାର୍ଦ୍ଦିକ ଓ ରାହୁଲଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ । ବିସିସିଆଇ ଓ ପ୍ରଶାସନିକ କମିଟିର ନିଷ୍ପତ୍ତିକୁ ଆମେ ଅପେକ୍ଷା କରିଛୁ ।
ବିସିସିଆଇର ନିଷ୍ପତ୍ତିକୁ ଆମେ ସ୍ୱାଗତ ଜଣାଇବା ସହ ଉଭୟ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇନାହୁଁ । ଅର୍ଥାତ୍‌ ଦୁହେଁ, ଅଷ୍ଟ୍ରେଲିଆରୁ ଭାରତ ଫେରିଯିବେ । ବିରାଟ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ କ୍ରିକେଟ୍‌ ଦଳ ଦୃଷ୍ଟିକୋଣରୁ ଏହା ଆମ ଗ୍ରୀନରୁମ୍‌ ଉପରେ ପ୍ରଭାବ ପକାଇବନି । ଆମେ ଯେଉଁ ସ୍ପିରିଟ୍‌ ସୃଷ୍ଟି କରିଛୁ ତାହାକୁ ଏହି ଘଟଣା ପ୍ରଭାବିତ କରିପାରିବନି । ନିଶ୍ଚୟ ଏହା କାହାକୁ ନା କାହାକୁ ଆଘାତ ପହଞ୍ଚାଇଥିବ ।

LEAVE A REPLY

Please enter your comment!
Please enter your name here