ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଟିକେଟ୍‌ କିଣିଛନ୍ତି । ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍‌ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକିର ପ୍ରତିକାତ୍ମକ ଟିକେଟ୍‌ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ଟିକେଟ୍‌ ବାବଦକୁ ୫୦୦ ଟଙ୍କା ଦେଇଥିଲେ ।
ଆଗାମୀ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ଓ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ । ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ସଙ୍ଗୀତକାର ଏଆର୍‌ ରେହମାନଙ୍କ ସହ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌, ମାଧୁରୀ ଦୀକ୍ଷିତଙ୍କ ସହ ଏକାଧିକ ତାରକା ଯୋଗଦାନ କରିବେ । ଏନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ଉପଲବ୍ଧ ହେବ । ଇଚ୍ଛୁକ ଦର୍ଶକ ଟିକେଟ୍‌ ବୁକିଂ କରିବା ପରେ ଏହାର ନକଲ କଳିଙ୍ଗ ଷ୍ଟାଡିୟମ୍‌ ୪ନମ୍ବର ଗେଟ୍‌ ପାଖ କାଉଣ୍ଟର୍‌ରେ ଦେଖାଇ ଟିକେଟ୍‌ ସଂଗ୍ରହ କରିବେ ।

Loading...

LEAVE A REPLY

Please enter your comment!
Please enter your name here