ଭୁବନେଶ୍ୱର, ୦୧ ଜାନୁଆରୀ : ବେବିନା ଗଣବଳାକ୍ରାରର ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହେବା ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ମାତ୍ରାଧିକ ବଳ ପ୍ରୟୋଗ ନିନ୍ଦନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମାଜିକ ଗଣମାଧ୍ୟମରେ ଜବାବ ମାଗୁଛି ଓଡ଼ିଶାର ଏ ସମ୍ପର୍କିତ ଟ୍ୱିଟକୁ ରିଟ୍ୱିଟ କରି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦାବି ଜଣେଇବାକୁ ଯିବାରେ କ’ଣ ଓଡ଼ିଶାରେ ପ୍ରତିବନ୍ଧକ ଲାଗିଛି? ଓଡ଼ିଶାରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ପରି ଲାଗୁଛି । ଓଡ଼ିଆ ଲୋକମାନଙ୍କର ଜବାବ ମାଗିବାର ପୁରା ଅଧିକାର ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here