ଭୁବନେଶ୍ୱର : ମାଡି ଆସୁଛି ପୁଣି ଏକ ବାତ୍ୟା । ଏହାର ନାମ ରଖାଯାଇଛି ପାବୁକ । ଏହା ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟରଠାରୁ ୧୫ଶହ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଦକ୍ଷିଣ ଚୀନ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା ଧୀରେ ଧୀରେ ବଙ୍ଗୋପସାଗର ଆଡକୁ ଅଗ୍ରଗତି କରୁଛି । ଏହା ୫ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ପହଂଚିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ବାତ୍ୟା ପ୍ରଭାବରେ ଆସନ୍ତା କାଲିଠାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ପ୍ରଶାସନ ପକ୍ଷରୁ ସତର୍କତାଭୂଳକ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here