ଭୁବନେଶ୍ୱର : ରାଜ୍ୟରେ ୩୧ଟି ଖଣି ଜୋରିମାନା ଦେବାରେ ଖିଲାପ୍ କରିଛନ୍ତି । ସେଥିମଧ୍ୟରୁ ୨୫ଟି ଖଣି କୋର୍ଟରୁ ରହିତାଦେଶ ଆଣିଛନ୍ତି । ଅନ୍ୟ ୬ଟି ଖଣିଙ୍କ ବିରୁଦ୍ଧରେ ସାର୍ଟିଫିକେଟ୍ କେସ୍ ଏବଂ ଜୋରିମାନା ଆଦାୟ କରିବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରକାଶ କରିଛନ୍ତି । ଏହି ୬ଟିଖଣିକୁ ପୁନର୍ବାର ନିଲାମ ରେ ସାମିଲ କରାଯିବ । ମାର୍ଚ୍ଚ ସୁଦ୍ଧା ସମୁଦାୟ ୧୬ଟି ଖଣି ନିଲାମ ପାଇଁ ସରକାରଙ୍କ ପ୍ରସ୍ତୁତି ଚାଲିଛି । ଏଥିମଧ୍ୟରେ ୧୦ଟି ଲୁହାପଥର ଓ ୬ଟି ଚୂନ ପଥର ଖଣି ରହିଛି ବୋଲି ସେ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here