ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପ ପୁଲ ଡି’ର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଶ୍ୱ ମାନ୍ୟତାର ୬ ନମ୍ବର ଦଳ ଜର୍ମାନୀର ବିଜୟ ଅଭିଯାନ ଜାରି ରହିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଜର୍ମାନୀ ୪-୧ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ନେଦରଲାଣ୍ଡସ୍‌କୁ ପରାସ୍ତକରି ସିଧାସଳକ କ ୍ୱାର୍ଟର ଫାଇନାଲରେ ପ୍ରବେଶ ନିମନ୍ତେ ପଥ ପରିସ୍କାର କରିଛି । ତେବେ ୯ ତାରିଖ ଖେଳାଯିବାକୁ ଥିବା ଶେଷ ଲିଗ୍‌ ମ୍ୟାଚ୍‌ ପରେ ଚିତ୍ର ସ୍ପଷ୍ଟ ହେବ । କେଉଁ ବିଶ୍ୱକପରେ ଆଗକୁ ବଢ଼ିବ ଓ ଆଉ କିଏ ବିଦାୟ ନେବ ତାହା ଜାର୍ମାନୀ-ମାଲେସିଆ ଏବଂ ନେଦରଲାଣ୍ଡସ୍‌-ପାକିସ୍ତାନ ମ୍ୟାଚ୍‌ ପରେ ସ୍ପଷ୍ଟ ହେବ । ବୁଧବାର ମ୍ୟାଚରେ ଖ୍ରୀଷ୍ଟୋଫର ରୁହରଙ୍କ ପେନାଲଫି ଷ୍ଟ୍ରୋକ ତଥା ମାଥିଆସ୍‌, ମୁଲର, ଲୁକାସ୍‌ ୱିଣ୍ଡଫେଡର ଓ ମାର୍କୋମିଲଟାକୁଙ୍କ ଗୋଲ ସ୍କୋର ଚର୍ଚ୍ଚିତ ଘଟଣାବଳୀ ଥିଲା ।
ବୁଧବାର ଦର୍ଶକ ଏକ ପଇସା ଅସୁଲ ମ୍ୟାଚର ମଜା ନେଇଥିଲେ । ମାଲେସିଆ ଆରମ୍ଭରୁ ଆକ୍ରମଣଶୈଳୀ ଅପଣେଇ ଥିଲା । ୧୩ତମ ମିନିଟରେ ପ୍ରଥମ ଗୋଲ କରିବାର ସୁଯୋଗ ପାଇଥିଲା ନେଦରଲାଣ୍ଡସ୍‌ । ଭାଲେଣ୍ଟିନ୍‌ଭର୍ଗା ଏହିଗୋଲ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରିଇଥିଲେ । ପ୍ରଥମାର୍ଦ୍ଧରେ ପୂର୍ବରୁ ଜର୍ମାନୀ ଗୋଲ ସ୍କୋରର ସୁଯୋଗ ହରାଇଥିଲା । କି;ୁ ୩୦ତମ ମିନିଟରେ ମାଥିଆସ୍‌ ମୁଲର ଗୋଲ କରି ମ୍ୟାଚ୍‌କୁ ୧-୧ରେ ବରାବର ରଖିଥିଲେ । ଏହାପରେ ୫୦ମିନିଟ ପର୍ଯ୍ୟନ୍ତ ଆଉ ଗୋଲ ହୋଇନଥିଲା । ଲାଗୁଥିଲା ମ୍ୟାଚ ୍‌ବରାବର ହେବ । ହେଲେ ଶେଷ କ ୍ୱାର୍ଟରରେ ଜର୍ମାନୀ ଖେଳାଳି ଦମ୍‌ ଦେଖାଇଥିଲେ । ୫୨ତମ ମିନିଟରେ ଲୁକାସ୍‌ ୱିଣ୍ଡଫେଡର ପେନାଲଫିକୁ ଗୋଲରେ ପରିଣତ କରି ଦଳକୁ ୨-୧ ରେ ଅଗ୍ରଣୀ କରିଥିଲେ । ଏହି ଗୋଲର ୨ମିନିଟ ପରେ ଅର୍ଥାତ୍‌ ୫୪ତମ ମିନିଟରେ ମାର୍କୋମିଲଟାକୁଆ ଗୋଲ କରିଥିଲେ । ତେବେ ୫୮ତମ ମିନିଟରେ ଜର୍ମାନୀକୁ ପୁଣି ଏକ ଗୋଲ କାରିବା ସୁଯୋଗ ମିଳିଥିଲା । ଡି’ ଅଞ୍ଚଳରେ ନେଦରଲାଣ୍ଡସ୍‌ ଗୋଲକିପର ଓ ଖେଳାଳି ଭୁଲ କରିବାରୁ ରେଫରୀ ଜର୍ମାନୀକୁ ପେନାଲଫି ଷ୍ଟ୍ରୋକର ସୁଯୋଗ ଦେଇଥିଲୋ । ଏହାକୁ ଖ୍ରୀଷ୍ଟୋଫରରୁର୍‌ ଗୋଲରେ ପରିଣତକରି ଦଳକୁ ୪-୧ ଗୋଲରେ ବଡ ବିଜୟ ଦେଇଥିଲେ । ଫ୍ଲୋରିଆନ୍‌ ଫୁଚଙ୍କୁ ଫ୍ଲୋୟାର ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ଓଡ଼ିଆ ସମ୍ବାଦପତ୍ର ପ୍ରଗତିବାଦୀର ସମ୍ପାଦକ ସମାହିତ ବଳ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଫୁଚଙ୍କୁ ପୁରସ୍କୃତ କରିଥିଲେ । ଜର୍ମାନୀ ତା’ର ଶେଷମ୍ୟାଚ୍‌ ୯ ତାରିଖରେ ମାଲେସିଆକୁ ଭେଟିବ । ସେହିଭଳି ନେଦରଳାଣ୍ଡସ୍‌ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here