nalco

ଭୁବନେଶ୍ୱର, ୦୩ ଜାନୁଆରୀ – ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ଶ୍ରୀ ଲଡୁକିଶୋର ସ୍ୱାଇଁ ନ୍ୟାସନାଲ କନଫରେନ୍ସର ମୁଖ୍ୟ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ।ଫାରୁକଙ୍କୁ ଭେଟି ଏ ଏହି ପ୍ରସଙ୍ଗରେ ତାଙ୍କର ସମର୍ଥନ ଲୋଡଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ଫାରୁକ୍ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ପତ୍ର ଦେଇଥିଲେ । ଫାରୁକ ଅବଦୁଲ୍ଲା କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଶ୍ରୀ ଅବଦୁଲ୍ଲା କହିଥିଲେ ଯେ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦେଶ ପାଇଁ ବହୁତ ଭଲ ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଂଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପାଇଁ ସଂକଳ୍ପ ପାରିତ କରିବା ସହିତ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଆହ୍ୱାନ କରିଥିଲେ । ଏଥିପାଇଁ ବିଜେଡିର ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ଗୁଡିକୁ ଭେଟି ବିଲ୍ କୁ ସମର୍ଥନ ଲୋଡୁଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ପ୍ରଥମ କରି ସମର୍ଥନ ଜଣାଇ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here