New Delhi: Indian boxer Mary Kom poses with her gold medal after winning the final match of women's light flyweight 45-48 kg against Ukraine's Hanna Okhota at AIBA Women's World Boxing Championships, in New Delhi, Saturday, Nov. 24, 2018. (PTI Photo/Ravi Choudhary) (PTI11_24_2018_000061B)

ନୂଆଦିଲ୍ଲୀ: ମହିଳା ବିଶ୍ୱବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ତାରକା ବକ୍ସର ଏମ୍‌ସି ମେରିକମ୍‌ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଭାରତର ପ୍ରଥମ ମହିଳା ବକ୍ସର ଭାବେ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ୬ଥର ସ୍ୱର୍ଣ୍ଣ ଜିତିବାର ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଶନିବାର ମହିଳା ୪୮ କିଲୋଗ୍ରାମ୍‌ ବର୍ଗର ଫାଇନାଲରେ ମେରିକମ୍‌ ୫-୦ ବ୍ୟବଧାନରେ ୟୁକ୍ରେନ୍‌ର ହାନା ଓଖୋଟାଭିଆ’ଙ୍କୁ ହରାଇଥିଲେ । ମଣିପୁରର ଏହି ମହାନ୍‌ ବକ୍ସର ଉଭୟ ପୁରୁଷ ଓ ମହିଳା ବର୍ଗରେ ସର୍ବାଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ କରିଛନ୍ତି । ପୂର୍ବରୁ କୁ୍ୟବାର ଫେଲିକ୍ସ ସାଭନ୍‌ ୬ଥର ବିଶ୍ୱ ଚାମ୍ପିଅନ୍‌ସିପ୍‌ ସ୍ୱର୍ଣ୍ଣ ଜିତିଥିଲେ । ତେବେ ମେରିକମ୍‌ ବିଶ୍ୱ ଚାମ୍ପିଅନସିପ୍‌ରେ ମୋଟ୍‌ ଉପରେ ୭ଟି ପଦକ ଜିତିଛନ୍ତି । ଏଥିରେ ୬ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରହିଛି ।
ବକ୍ସିଂ ରିଙ୍ଗ୍‌ରେ ୩୫ ବର୍ଷୀୟ ମେରିକମଙ୍କ ଶକ୍ତମୁଥା ବହୁବାର ଆଚ୍ଛା ଆଚ୍ଛା ଯୋଦ୍ଧା’ଙ୍କୁ ପାଣି ପିଆଇଛି । ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବାର ଅଭିଳାସା ରହିଥିବା ମେରିକମ୍‌ ସ୍ୱର୍ଣ୍ଣ ଜିତିବା ପରେ ଭାବବିହ୍ୱଳ ହୋଇଛନ୍ତି । ୩ ସନ୍ତାନର ଜନନୀ ମେରିକମ୍‌ ୨୦୦୧ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ମେରିକମ୍‌ଙ୍କ ପଦକ ଭୋକ ବଢ଼ି ଯାଇଥିଲା । ୨୦୦୨, ୨୦୦୫, ୨୦୦୬, ୨୦୦୮ ଓ ୨୦୧୦ରେ ସେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ ।
ଚଳିତ ଚାମ୍ପିଅନ୍‌ସିପ୍‌ରେ ଅନ୍ୟତମ ପ୍ରତିଯୋଗୀ ସୋନିଆ ଚହଲ ମହିଳା ୫୭ କିଲୋଗ୍ରାମ୍‌ ବର୍ଗର ଫାଇନାଲରେ ଜର୍ମାନୀର ୱାହନେରଅର୍ନେଲା ଗାବ୍ରିଏଲ୍‌ଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here